ରେଡ଼ିଓ ଚକଲେଟର ୧୧ ବର୍ଷର ଅଦ୍ୱିତୀୟ ଅଭିଯାନ ! ରେଡିଓ ମନୋରଞ୍ଜନରେ ମିଠା ବାଣ୍ଟି ଚାଲିଛି ଓଡିଶାର ନମ୍ବର ୱାନ ଏଫଏମ, କାର୍ଯ୍ୟକ୍ରମରେ ମହକୁଛି ନିଚ୍ଛକ ଓଡିଆ ମାଟିର ବାସ୍ନା

76

କନକ ବ୍ୟୁରୋ : ମିଠା ଗୀତ, ମିଠା କଥା ଆଉ ମିଠା କାହାଣୀ । ଧୁମ୍ ମିଠା । ୧୦୪ ଏଫଏମ୍- ରେଡିଓ ଚକୋଲେଟ୍ । ଟିଭି ଓ ଇଂଟରନେଟ୍ ଯୁଗରେ ବି ଦର୍ଶକଙ୍କ ପ୍ରଥମ ପସନ୍ଦ ପାଲଟିଛି ରେଡିଓ ଚକୋଲେଟ୍ । ୧୧ ବର୍ଷ ହେଲା ଓଡିଆ ସଂସ୍କୃତି ଓ ପରମ୍ପରାର ନିଚ୍ଛକ ପରିବେଷଣ ଜାରି ରଖିଛି ଏହି ଏଫଏମ୍ । ବର୍ଷ ବର୍ଷ ଧରି ଶ୍ରୋତାଙ୍କ ମନପସନ୍ଦର କାର୍ଯ୍ୟକ୍ରମ ପରିବେଷଣ କରି ପାଲଟିଛି ରାଜ୍ୟର ନମ୍ବର ୱାନ ଲୋକପ୍ରିୟ ରେଡିଓ ଏଫଏମ୍ ।

ଆମ ରଙ୍ଗରେ ଆମ ରକ୍ତରେ, ଆମ ହସରେ ଆମ ଲୁହରେ ପ୍ରତି ମୁହୁର୍ତରେ ସାଥ୍ ଦେଉଥିବା ରେଡିଓ ଚକଲେଟ ପୂରା କରିଛି ୧୧ ବର୍ଷ । ୨୦୦୭ରୁ ନିରବଛିନ୍ନ ଯାତ୍ରା । ନିଛକ ଓଡିଆ ମାଟିର ବାସ୍ନା ଥାଇ ମିଠା ଗୀତ, ମିଠା କଥା, କାହାଣୀ, ନାଟକ, ପାଲା ଓ ହସକଥା ପରିବେଷଣ କରି ଶ୍ରୋତାମହଲରେ କ୍ରମାଗତ ଭାବେ ସଫଳତାର ଶୀର୍ଷରେ ପହଂଚିଛି ଓଡିଆର ଅପନା ନଂ ୱାନ୍ ଏଫଏମ ।

ଟିଭି, ସିନେମା ଓ ଇଂଟରନେଟ ଯୁଗରେ ବି ରେଡିଓ ପ୍ରତି ଆଗ୍ରହ ସୃଷ୍ଟି କରିବାରେ ତିଆରି କରିଛି ଟ୍ରେଣ୍ଡ । ନିଆରା କଥା କହିବା ଶୈଳୀରେ ଆରଜେ ମାନେ ଜିତିଛନ୍ତି ଅନେକ ହୃଦୟ । ପ୍ରଥମ ଥର ପାଇଁ ଗୋଟିଏ ବେସରକାରୀ ରେଡିଓ ସେଂଟର ହିସାବରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲା ରେଡିଓ ଚକଲେଟ । ଯେତେବେଳେ ଏହାକୁ ଆରମ୍ଭ କରାଯାଇଥିଲା, ସେତେବେଳେ ଏହାକୁ ନୂତନ ସ୍ୱାଦ ଦିଆଯାଇଥିଲା । ଯାହା ଆଜି ବି ବଳବତର ରହିଛି ।

ଯାହା ଆପଣ ଖୋଜନ୍ତି, ତାକୁ ରେଡିଓ ଚକଲେଟ ପ୍ରାଥମିକତା ଦେଇଥାଏ । ଯେଉଁ ସିଙ୍ଗର ଟ୍ରେଣ୍ଡ କରନ୍ତି, ସେ ଥାନ୍ତି ଆମ ସହ । କେତେବେଳେ ପୁରୁଣା ଗୀତକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କରାଯାଏ, ତ କେତେବେଳେ ଷ୍ଟୁଡିଓ ଭର୍ସନ ବେଶ ଲୋକପ୍ରିୟତ ହୁଏ । ରେଡିଓ ଚକଲେଟର ସକାଳ ଆରମ୍ଭ ହୁଏ ପ୍ରବଚନରୁ ଏବଂ ଶେଷ ହୁଏ ପ୍ରେମଭରା କାହାଣୀରେ । କୌଣସି ବର୍ଗ ବାଦ ପଡନ୍ତନି ଆମ ପ୍ଲେଲିଷ୍ଟରୁ । ରେଡିଓରେ ଲଭଷ୍ଟୋରୀ ସହ ରୋମାଂଚ ଆଉ ଭୟ ବି ଥାଏ । ଯାହା ମିଠା ମିଠା ସଂପର୍କର ୧୧ ବର୍ଷକୁ ଅତୁଟ ରଖିଛି । ସମୟ ସହ ତାଳ ଦେଇ ରେଡିଓ ଚକଲେଟ ସୋସିଆଲ ମିଡିଆରେ ମଧ୍ୟ ଆଗକୁ ବଢିଛି । ନିଜସ୍ୱ ଫେସବୁକ, ୟୁଟ୍ୟୁବ ପେଜ ଜରିଆରେ ଆଜି ରେଡିଓ ଚକଲେଟ ଶ୍ରୋତାଙ୍କ ନିକଟରେ ପହଂଚୁଛୁ ।