‘ପ୍ୟାଡମ୍ୟାନ’ରେ ଦେଖିବାକୁ ମିଳିବ ଅକ୍ଷୟ କୁମାର ଓ ରାଧିକା ଆପ୍ଟେଙ୍କ ଯୋଡି !

61

ସିଲଭରସ୍କ୍ରିନରେ ଜମିବ ଅକ୍ଷୟ କୁମାର ଓ ରାଧିକା ଆପ୍ଟେଙ୍କ ଯୋଡି । ଅପକମିଂ ସିନେମା ‘ପ୍ୟାଡମ୍ୟାନ’ରେ ଦୁଇ ଷ୍ଟାର ଏକାଠି ଅଭିନୟ କରିବାକୁ ଯାଉଛନ୍ତି । ତେବେ ସାମାଜିକ ବିଷୟ ବସ୍ତୁକୁ ନେଇ ପ୍ରସ୍ତୁତ ହେବ ଏହି ବଲିଉଡ ସିନେମାଟି ।

ତେବେ ରାଧିକା ସେକେଣ୍ଡ ଲିଡରେ ରହିଥିବାବେଳେ ମୁଖ୍ୟ ନାୟିକା ଭାବେ ସୋନମ କପୁରଙ୍କ ଅଭିନୟ ଦେଖିବାକୁ ପାଇବେ ଦର୍ଶକ । ଯାହାର ନିର୍ଦ୍ଦେଶନା ଦେଉଛନ୍ତି ସାଉଥ୍ ନିର୍ଦ୍ଦେଶକ ଆର ବାଲକି ।