ରାଧିକା ଆପ୍ତେଙ୍କ ଅନଲାଇନ୍ ସେନ୍ସେସନ୍ : ଲିକ୍ ହେଲା ନ୍ୟୁଡ୍ ଭିଡିଓ

83

ବଲିଉଡର ବିବାଦୀୟ କୁଇନ ରାଧିକା ଆପ୍ତେ । ଏବେ ଏହି ବିବାଦୀୟ କୁଇନଙ୍କ ବିବାଦର ତାଲିକାରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇ ଯାଇଛି । ରିଲିଜ ପୂର୍ବରୁ ରାଧିକାଙ୍କ ଫିଲ୍ମ ‘ପାର୍ଚେଡ’ର ଏକ ନ୍ୟୁଡ୍ ସିନ୍ ଲିକ୍ ହୋଇଛି । ସିନରେ ରହିଛି ରାଧିକା ଓ ଅଦିଲ ହୁସେନଙ୍କ ଏକ ଅନ୍ତରଙ୍ଗ ଦୃଶ୍ୟ । ଯାହା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ।

ଏହି ସିନ୍ ଲିକ୍ ହେବା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଫିଲ୍ମର ଲିଡ୍ ରୋଲରେ ଥିବା ଅଦିଲ୍ ହୁସେନ୍ । କହିଛନ୍ତି ଲୋକେ ଏହାକୁ ଅଦିଲଙ୍କ ନ୍ୟୁଡ୍ ସିନ୍ ନକହି ରାଧିକାଙ୍କ ନ୍ୟୁଡ୍ ସିନ୍ କଣ ପାଇଁ କହୁଛନ୍ତି । କାରଣ ଗୋଟେ ଝିଅକୁ ବଦନାମ କରିବା ସହଜ । ଫିଲ୍ମରେ ଆହୁରୀ ଅନେକ ଭଲ ଭଲ ଦୃଶ୍ୟ ଥିଲା । କିନ୍ତୁ ସେସବୁ ଲିକ୍ ନହୋଇ କେବଳ ନିର୍ଦ୍ଦିଷ୍ଟ ଏକ ନ୍ୟୁଡ୍ ସିନ ଲିକ୍ ହୋଇଥିବାରୁ ପ୍ରଶ୍ନ ଲୋକଙ୍କ ପସନ୍ଦ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଦିଲ୍ ।

ତେବେ ତେବେ ରିଲିଜ ପୂର୍ବରୁ ସିନ୍ ଲିକ୍ ହେବାରେ ଏହା ରାଧିକାକଙ୍କ ପ୍ରଥମ ଫିଲ୍ମ ନୁହେଁ । ଏହା ଆଗରୁ ଫିଲ୍ମ ‘ମାଞ୍ଝି – ଦ ମାଉଟେଂନ୍ ମ୍ୟାନ’ ଲିକ୍ ହେବା ସହ ଅନୁରାଗ କଶ୍ୟପଙ୍କ ସର୍ଟ ଫିଲ୍ମ ମଧ୍ୟ ଲିକ୍ ହୋଇଥିଲା । ସେଥିରେ ମଧ୍ୟ ରାଧିକାଙ୍କ ଏକ ନ୍ୟୁଡ୍ ସିନ୍ ଥିଲା, ଯାହା ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବଷୟ ହୋଇଥିଲା। ତେବେ ଫିଲ୍ମରୁ ସିନ୍ ଲିକ୍ ହେବା ଦ୍ୱାରା ଉଭୟ ରାଧିକା ଓ ଫିଲ୍ମକୁ ଯେ ମାଇଲେଜ୍ ମିଳୁଛି ଏକଥାକୁ ଅସ୍ୱୀକାର କରିହେବ ନାହିଁ ।