ପୋଲିସ ଚୌକିରେ ରାଧେ ମା’ ! ହାତ ଯୋଡି ଛିଡା ହୋଇ ରହିଲେ ଥାନା ଅଧିକାରୀ

102

କନକ ବ୍ୟୁରୋ : ଆତ୍ମଘୋଷିତ ବାବା ଓ ମାତାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା । ରାମରହିମଙ୍କ ଚର୍ଚ୍ଚା ଥମି ନଥିବା ବେଳେ ରାଧେ ମା’ ଏବେ ପୁଣିଥରେ ଚର୍ଚ୍ଚାର ପରିସରକୁ ଟାଣି ହୋଇ ଆସିଛନ୍ତି ।ଏଥର ଏକ ନୂଆ ରୂପରେ ସାମ୍ନାକୁ ଆସିଛନ୍ତି ରାଧେ ମା’ । ଥାନାବାବୁଙ୍କ ଚୌକିରେ ରାଧେ ମା’ । ଥାନା ଅଧିକାରୀଙ୍କ ଚୌକିରେ ରାଧେ ମା’ ବସିଥିବା ବେଳେ ପାଖରେ ହାତ ଯୋଡି ଠିଆ ହୋଇଛନ୍ତି ଥାନା ଅଧିକାରୀ । ଏପରି ଏକ ଫଟୋ ଏବେ ଭାଇରାଲ ହୋଇଛି ।

radheହାତରେ ତ୍ରୀଶୂୁଳ ଧରି ନିଜର ଅଜବ ମୁଦ୍ରା ପାଇଁ ଚର୍ଚ୍ଚାରେ ଥିବା ରାଧେ ମା’ ନବରାତ୍ରୀ ସମୟରେ ଦିଲ୍ଲୀର ବିବେକ ବିହାର ଅଞ୍ଚଳକୁ ରାମଲୀଳା ଦେଖିବାକୁ ଆସିଥିଲେ । ତେବେ ଭିଡ ପ୍ରବଳ ଥିବାରୁ ଥାନା ଅଧିକାରୀ ତାଙ୍କୁ ଥାନାକୁ ନେଇ ଆସିଥିଲେ । କିନ୍ତୁ ଥାନାରେ ପହଞ୍ଚିବା ପରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା । ଥାନା ମୁଖିଆ ଭକ୍ତଙ୍କ ପରି ଛିଡା ହୋଇ ରହିଥିଲେ ଆଉ ତାଙ୍କ ଚୌକିରେ ବିସିଥିଲେ ରାଧେ ମା’ । ଲାଗୁଥିଲା ସେ ହେଉଛନ୍ତି ଥାନାର ବଡ ବାବୁ । ଆଉ ରାଧେ ମା’ ନିକଟରେ ପୁଲିସ ପୋଷାକ ଉପରେ ଗୋଟିଏ ଓଢଣୀ ଢାଙ୍କି ଏକ ଶୃଙ୍ଖଳିତ ଭକ୍ତ ଭାବେ ହାତ ଯୋଡି ଠିଆ ହୋଇଥିଲେ ଏସଏଚଓ ସଂଜୟ ଶର୍ମା । କେବଳ ଏସଏଚଓ ସଂଜୟ ଶର୍ମା ନୁହନ୍ତି ଥାନାର ଅନ୍ୟ ପୁଲିସ କର୍ମଚାରୀମାନେ ମଧ୍ୟ ରାଧେ ମା’ଙ୍କ ଆର୍ଶିବାଦ ନେବା ପାଇଁ ଲାଇନରେ ଲାଗିଯାଇଥିଲେ ।

ଦିଲ୍ଲୀ ବିବେକ ବିହାର ଥାନାର ଏହି ଫଟୋଟି ନବରାତ୍ରୀ ସମୟରେ ମହାଅଷ୍ଟମୀ ଦିନର ବୋଲି ଜଣାପଡିଛି । ବିବାଦୀୟ ଧର୍ମଗୁରୁ ରାଧେ ମା’ଙ୍କ ବିରୋଧରେ ପୂର୍ବରୁ ଯୌତୁକ ନିର୍ଯାତନା, ଯୌନ ନିର୍ଯାତନା ଓ ଧମକ ଦେବା ପରି ଅଭିଯୋଗ ରହିଛି । ଥାନାରେ ରାଧେ ମା’ଙ୍କ ପୋଲିସ ଚୌକିରେ ବସିବା କେତେଦୂର ଗ୍ରହଣୀୟ ତାକୁ ନେଇ ଏବେ ପ୍ରଶ୍ନ ଉଠିଛି ।