ନିଖୋଜ ବିମାନ ଏଏନ୍-୩୨ର ସନ୍ଧାନରେ ଲାଗିବ ଚିତ୍ର ଉତୋଳନକାରୀ ଉପଗ୍ରହ

76

କନକ ବ୍ୟୁରୋ : ନିଖୋଜ୍ ଭାରତୀୟ ବାୟୁସେନାର ବିମାନ ଏଏନ୍-୩୨ର ସନ୍ଧାନ ପାଇଁ ବ୍ୟବହାର ହେବ ରାଡାର ଇମେଜିଂ ସାଟେଲାଇଟ୍ । ଫଟୋ ଉତୋଳନ କରିବାରୁଥିବା ଏହି ଉପଗ୍ରହର ସହାୟତାରେ ନିଖୋଜ ବିମାନର ସନ୍ଧାନ କରାଯିବ । ମେଘୁଆ ସହ ଉଭୟ ଦିନରାତିରେ ସ୍ପଷ୍ଟ ଚିତ୍ର ଉତୋଳନ କରିବାର କ୍ଷମତା ରହିଛି ଏହି ଉପଗ୍ରହର । ଉଭୟ ବାୟୁସେନା ଏବଂ ନୌସେନା ଏବେ ନିଖୋଜ୍ ବିମାନଟିକୁ ଖୋଜିବାରେ ଲାଗିଛନ୍ତି। ଗତ ଶୁକ୍ରବାର ଦିନ ବଙ୍ଗୋପସାଗର ଚେନ୍ନାଇ ଉପକୂଳରୁ ନିଖୋଜ ହୋଇଯାଇଥିଲା ବାୟୁସେନାର ବିମାନ। ବର୍ତମାନ ନୌସେନାର ୧୩ଟି ଜାହାଜ ଏବଂ ତଟରକ୍ଷୀ ବାହୀନିର ୪ଟି ଜାହାଜ ସର୍ଚ୍ଚ ଅପରେସନ୍ରେ ଲାଗିଛନ୍ତି। ସେହିପରି ଗୋଟିଏ ବୁଡ଼ା ଜାହାଜକୁ ମଧ୍ୟ ନିଖୋଜ ବିମାନର ସନ୍ଧାନରେ ଲଗାଯାଇଛି । ବାୟୁସେନାର ଏହି ମାନରେ ୬ ଜଣ କ୍ରିୟୁ ମେମ୍ବର, ୧୪ ସେନା, ବାୟୁସେନା, ନୌସେନା ଏବଂ ତଟରକ୍ଷୀ ବାହୀନିର ଯବାନଙ୍କ ସମେତ ୮ ଯବାନଙ୍କ ସଂପର୍କୀୟ ଥିଲେ। ଏଥିରେ ଦୁଇ ଜଣ ଓଡ଼ିଆ ମଧ୍ୟ ଅଛନ୍ତି।

ସେପଟେ ନିଖୋଜଙ୍କ ଭିତରେ ଅଛନ୍ତି ଦୁଇ ଦୁଇ ଜଣ ଓଡିଆ। ଯାହାଙ୍କ ଘରେ ପଡିଛି କାନ୍ଦବୋବାଳି। ଫେରିବା ବାଟକୁ ଚାହିଁ ରହିଛନ୍ତି ପରିବାର ଲୋକ।