ରିଲିଜ୍ ହେଲା ହରର୍ ମୁଭି ‘ରାଜ୍ ରିବୁଟ’ର ଟ୍ରେଲର୍

67

raaz6ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ହରର୍ ଫିଲ୍ମ ‘ରାଜ୍ ରିବୁଟ’ର ଟ୍ରେଲର୍ । ଫିଲ୍ମର ଲିଡ ରୋଲରେ ଅଛନ୍ତି ଇମ୍ରାନ୍ ହାସମୀ, କିର୍ତ୍ତୀ ଖାର୍ବଣ୍ଡା ଓ ଗୌରବ ଅରୋରା । ରାଜ ରିବୁଟ ହେଉଛି ‘ରାଜ୍’ ସିରିଜର ଚତୁର୍ଥ ଫିଲ୍ମ । ତେବେ ସବୁଥର ପରି ଏଥର ମଧ୍ୟ ଫିଲ୍ମରେ ରହିଛି ମନ ଛୁଆଁ ଗୀତ ।

ଫିଲ୍ମରେ କିର୍ତ୍ତୀ ଓ ଗୌରବ ଏକ ସ୍ୱିଟ୍ କପଲ ରୋଲରେ ନଜର ଆସିଛନ୍ତି । ତେବେ କିଛିଦିନ ପରେ କିର୍ତ୍ତୀଙ୍କ ସହ କିଛି ଭୌତିକ ଦୁର୍ଘଟଣା ହୁଏ । ଧୀରେ ଧୀରେ ସେ ଜାଣିବାକୁ ପାଆନ୍ତି ଯେ ଗୌରବ ତାଙ୍କ ଠାରୁ କିଛି ରହସ୍ୟ ଲୁଚାଇ ରଖିଛନ୍ତି , ଆଉ ପରିଣାମ ସ୍ୱରୂପ ତାଙ୍କ ସହ ଏପରି ହେଉଛି । ତେବେ କିପରି ସେମାନେ ଏହି ପରିସ୍ଥିତିରୁ ବାହାରୁଛନ୍ତି ତାକୁ ନେଇ କାହାଣୀ ଗତିଶୀଳ ।

raaz 1‘ରାଜ୍ ରିବୁଟ’ ର ନିର୍ଦେଶନା ଦେଇଛନ୍ତି ବିକ୍ରମ ଭଟ୍ଟ ଓ ମ୍ୟୁଜିକ କମ୍ପୋଜ କରିଛନ୍ତି ଜିତ୍ ଗାଙ୍ଗୁଲୀ । ଫିଲ୍ମଟି ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ରିଲିଜ ହେବ ।