କ’ଣ ରହିଛି ବଳାତ୍କାର ପଛର କାରଣ? ଏହା ଏକ ପ୍ରବୃତ୍ତି ,ବିକୃତ ମାନସିକତା ନା ଏହା ପଛରେ ରହିଛି ପୋଷାକ ପରିପାଟିର ଭୁଲ୍!

40

ବର୍ତ୍ତମାନ ବଢୁଥିବା ଦୁଷ୍କର୍ମ ଏବଂ ଗଣଦୁଷ୍କର୍ମର ଚିତ୍କାରରେ ସମାଜର ସୁଖଶାନ୍ତି ଯେପରି କୋକୁଆ ଭୟର ରୁପ ନେଇଛି । ସନ୍ଧ୍ୟା ସମୟରେ ମହିଳା କର୍ମଚାରୀଙ୍କ ଅଫିସରୁ ଫେରିବାବେଳେ ଲେଟ୍ ହୋଇଗଲେ ଘରେ ଯେମିତି ପରିସ୍ଥିତି ଉପୁଜେ ଠିକ୍ ସେମିତି ୩ ବର୍ଷର କଅଁଳ ଛୁଆକୁ ମା’ ପଡୋଶୀଙ୍କ ପାଖରେ ଦେବାକୁ ଡରେ । ଏମିତି ଭାବିବା ପଛର କାରଣ କ’ଣ ହୋଇପାରେ । କ’ଣ ଏହା ଯୁବତୀମାନଙ୍କର ବେଶଭୂଷାର ଭୁଲ୍? ଯଦି ହଁ ତେବେ ଚାରି ପାଞ୍ଚ ବର୍ଷର ଛୁଆ ଅବା କେଉଁ ଫ୍ୟାଶନ୍ ବିଷୟରେ ଜାଣିଛି । ନିହାତି ଭାବରେ କିଛି ଅମାନୁଷିକ ଲୋକଙ୍କର ଏହା ଏକ ରୁଗଣ ମାନସିକତାର ପରିଣତି । ତେବେ ଆସନ୍ତୁ ଏହି ସମ୍ବେଦନଶୀଳ ବିଷୟ ଉପରେ ନଜର ପକାଇବା ।
ମନୋବୈଜ୍ଞାନିକ ଦେବେନ୍ଦ୍ର ସୁଥାରଙ୍କ ମତରେ, ବଳାତ୍କାର ଏକ ପ୍ରବୃତ୍ତି । ଯାହା ଯେ କୌଣସି ସମୟରେ ଜଣେ ରୁଗଣ ମାନସିକ ଲୋକର ମୁଣ୍ଡରେ ପଶିଥାଏ । ତେବେ ଏହା ଉପରେ ଯଦି ଅଧିକ ପର୍ଯ୍ୟାଲୋଚନା କରାଯାଏ ତେବେ କେତୋଟି କାରଣ ମଧ୍ୟ ଏଥିପାଇଁ ଦାୟୀ ଅଟେ । ନିଶାସକ୍ତ ଅବସ୍ଥା
ନିଶା ମଣିଷର ଭାବନାକୁ ବିକୃତ କରି ଦେଇଥାଏ । ସ୍ୱୟଂ ଉପରେ ଯାହାର ନିୟନ୍ତ୍ରଣ ନଥାଏ ଏବଂ ଭୁଲ୍ ମାର୍ଗରେ ଯିବାର ସମ୍ଭାବନା ଶତ ପ୍ରତିଶତ ବଢିଯାଇଥାଏ । ଏହି ସମୟରେ ଯେ କୌଣସି ସ୍ତ୍ରୀ ସେମାନଙ୍କୁ ଶିକାର ଭଳି ଦେଖାଯାନ୍ତି । ଆଜି ପର୍ଯ୍ୟନ୍ତ ଯେତେ ଦୁଷ୍କର୍ମ ହୋଇଛି ତାହାକୁ ନଜର କରିବେ ଯଦି ୮୫ ପ୍ରତିଶତ ବଳାତ୍କାର କେବଳ ମଦନିଶା କାରଣରୁ ଘଟିଛି ବୋଲି ଜାଣିପାରିବେ । ଆପଣଙ୍କୁ ପ୍ରତି କିଲୋମିଟର ଅନ୍ତରରେ ମନ୍ଦିରଟିଏ ମିଳୁ କି ନମିଳୁ କିନ୍ତୁ ମଦଭାଟିଟିଏ ନିଶ୍ଚୟ ମିଳିବ ଏବଂ ସନ୍ଧ୍ୟା ସମୟରେ ସେହି ସ୍ଥାନର କଥା ନ କହିବା ଭଲ । ପୁରୁଷଙ୍କ ମଧ୍ୟରେ ଦେଖାଯାଉଥିବା ମାନସିକ ଦୁର୍ବଳତା ।
ସ୍ତ୍ରୀଙ୍କ ଶରୀରର ଆକାରକୁ ନେଇ ହୋଇଥିବା ଥଟ୍ଟାମଜା ହେଉ କିମ୍ବା ଇଣ୍ଟରଟେରେ ପଡିଥିବା ସ୍ତ୍ରୀଙ୍କ ଅର୍ଦ୍ଧନଗ୍ନ ଫଟୋ ପ୍ରତି ସ୍ଥାନରେ ସ୍ତ୍ରୀଙ୍କ ଆକାରକୁ ନେଇ କଥା ଉଠିଲେ ସେଠାରେ ଜଣେ ପୁରୁଷର ମାନସିକ ଦୁର୍ବଳତାର ଚିତ୍ର ସାମ୍ନାକୁ ଆସିଥାଏ । ପର୍ଣ୍ଣ ଫିଲ୍ମ ଏବଂ ଉତ୍ତେଜନା ବଢ଼ାଉଥିବା ପୁସ୍ତକ ପୁରୁଷଙ୍କ ମାନସିକତାକୁ ଦୁର୍ବଳ କରିଦେଇଥାଏ ଏବଂ ଏହାହିଁ ଏକ ବଡ କାରଣ ଯାହା ପୁରୁଷକୁ ତାହାର ମର୍ଯ୍ୟାଦା ଭୁଲାଇ ବଳାତ୍କାର ଭଳି ନିର୍ମମ କାଣ୍ଡ ଭିଆଇବାରେ ସାହାର୍ଯ୍ୟ କରେ ।
ଈଶ୍ୱରଙ୍କ ସଂରଚନାରେ ଉଭୟ ସ୍ତ୍ରୀ ଏବଂ ପୁରୁଷଙ୍କ ଶରୀରର ଆକାର ଭିନ୍ନ କରିବାରେ ସମାଜକୁ ଆଗକୁ ବଢାଇବାର ଚିନ୍ତା ଥିଲା । କିନ୍ତୁ ପରିବେଶରେ ଘୁରି ବୁଲୁଥିବା ଅନୈତିକତା ଏବଂ ନିର୍ଲଜ ଆଚରଣ ସ୍ତ୍ରୀଙ୍କୁ ପୁରୁଷଙ୍କ ମେଳରେ କେବଳ ଭୋଗ୍ୟା ବସ୍ତୁ କରି ଠିଆ କରିଛି । କେବଳ ଆଜିର କଥା ନୁହଁ ବର୍ଷ ବର୍ଷରୁ ଏହା ଯେପରି ପରମ୍ପରା ରୁପରେ ଚାଲି ଆସୁଛି । ଆମ ସାମାଜିକ ମାନସିକତା ମଧ୍ୟ ଏତେ ସ୍ୱାର୍ଥୀ ହୋଇଯାଇଛି ଯେ ଯାହାଦ୍ୱାରା ଆମେ କୌଣସି ମାମଲାରେ ନିଜକୁ ସାମିଲ କରିପାରୁ ନାହୁଁ । ଫଳସ୍ୱରୁପ ଅପରାଧିଙ୍କ ଅପରାଧର ତାଲିକା ବଢି ବଢି ଯାଉଥିବାବେଳେ ଦେଶରେ ଆସିଫା,ନିର୍ଭୟା,ବବିତା ଭଳି ଝିଅଙ୍କର ଉପସ୍ଥିତି କମି କମି ଯାଉଛି । ମହିଳାଙ୍କ ଦୁର୍ବଳ ଆତ୍ମବିଶ୍ୱାସ ।
ଜଣେ ମହିଳା ଯଦି ନିଡର ଏବଂ ପ୍ରବଳ ଆତ୍ମବିଶ୍ୱାସୀର ଅଧିକାରୀ ହୋଇଥିବେ ତେବେ ଏମିତି କୌଣସି ପୁରୁଷଙ୍କ ସାହାସ ହେବନାହିଁ ଟକ୍କର ନେବାରେ । ଆମ ସମାଜ ମହିଳାଙ୍କୁ ଡରର ଛାଲ ତଳେ ଲୁଚାଇ ରଖିବା ବଦଳରେ ଯଦି ସ୍ୱୟଂର ସୁରକ୍ଷା ପାଇଁ ତାଲିମ୍ ଦିଏ ତେବେ ଏଭଳି ଖବର କମ୍ ଶୁଣିବାକୁ ମିଳିବ । ନିଜ ଆତ୍ମରକ୍ଷା ସକାଶେ ବିଭିନ୍ନ ସାମଗ୍ରୀକୁ ପାଖରେ ରଖି ନିଜର ଶାରୀରିକ ହାବଭାବକୁ ନିଡର କରି ରଖିଲେ ଏଭଳି ପରିସ୍ଥିତିରୁ ବାହାରି ଆସିପାରିବେ । ଢିଲା ଆଇନ୍ ।
ଆମ ଦେଶର ଆଇନ୍ କୌଣସି କାମକୁ ନୁହଁ ଏହା ସମସ୍ତେ ଜାଣିଛନ୍ତି । ଯଦି ଆଇନ୍ ଶକ୍ତ ହୋଇଥାନ୍ତା ତେବେ ଏଭଳି ଅପରାଧ ମାମଲା କମ୍ ଶୁଣିବାକୁ ମିଳନ୍ତା । ପୀଡିତା ବଳାତ୍କାର ସମୟରେ ଯେତେ କଷ୍ଟ ପାଇଥାଏ ତାଠାରୁ ଅଧିକ କଷ୍ଟ ପାଇଥାଏ ନ୍ୟାୟ ପାଇବାରେ ବିଳମ୍ବ ହେଲେ । ଏମିତି ବି କେତେ ମାମଲା ସାମ୍ମାକୁ ଆସିଛି ଯାହା କୋର୍ଟକୁ ଯିବା ପୂର୍ବରୁ ହିଁ ପୋଲିସ ଷ୍ଟେସନରେ ରଫାଦଫା ହୋଇଯାଇଛି । ପ୍ରତିମୁହୂର୍ତ୍ତରେ ପୀଡିତା ନ୍ୟାୟ ପାଇଁ ଡହଳବିକଳ ହେଉଥିବାବେଳେ ଅଭିଯୁକ୍ତ ଖୋଲା ଆକାଶ ତଳେ ନିରାପଦରେ ଘୁରିବୁଲୁଛି ।