ବିଶ୍ୱନାଥନ୍ ଆନନ୍ଦଙ୍କୁ ପଛରେ ପକାଇଲା ୧୨ ବର୍ଷର କୁନି ପୁଅ ! ଇତିହାସ ରଚିଲା ପ୍ରଗନାନଂଧା, ଦେଶ ପାଇଁ ଆଣିଲା ଗୌରବ ।

26

ନାମ – ଆର. ପ୍ରଗନାନଂଧା । ବୟସ – ୧୨ ବର୍ଷ ୧୦ ମାସ । ଯିଏକି ଚେସ ଜଗତରେ ଇତିହାସ ରଚିବା ସହ ଭାରତ ପାଇଁ ସାଉଁଟି ଆଣିଛନ୍ତି ଅନେକ ଗର୍ବ ଏବଂ ଗୌରବ । ବୟସ ମାତ୍ର ୧୨ ବର୍ଷ ହୋଇଥିଲେ ମଧ୍ୟ ତାଙ୍କ ପାଖରେ ରହିଛି ଚେସର ଗ୍ରାଣ୍ଡମାଷ୍ଟର ଉପାଧି । ଯେଉଁ ପଦ ଚେସ୍ ଖେଳାଳୀ ମାନଙ୍କ ପାଇଁ ଏକ ସ୍ୱପ୍ନ ହୋଇଥାଏ । ସୂଚନା ଅନୁଯାୟୀ, ପ୍ରଗନାନଂଧା ୧୨ ବର୍ଷ ୧୦ ମାସ ଏବଂ ୧୩ ଦିନ ବୟସରେ ଇଟାଲୀରେ ଆୟୋଜିତ ହେଉଥିବା ଗ୍ରିଡିନ୍ ଓପନ୍ ର ଫାଇନାଲ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଯାହା ପରେ ସେ ଭାରତର ସବୁଠାରୁ ଛୋଟ ଏବଂ ଦୁନିଆର ଦ୍ୱିତୀୟ ସବୁଠାରୁ ଛୋଟ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି ।

ଚେସ୍ ଜଗତରେ ଭାରତ ପାଇଁ ଗୌରବ ଆଣିଥିବା ପ୍ରଗନାନଂଧା ଏହା ପୂର୍ବରୁ ୨୦୧୬ ମସିହାରେ ୧୦ ବର୍ଷ ୧୦ ମାସ ଏବଂ ୧୯ ଦିନରେ ୟଙ୍ଗେଷ୍ଟ ଇଣ୍ଟରନ୍ୟାସନାଲ ମାଷ୍ଟର ହେବାର ଉପାଧୀ ନିଜ ନାମରେ କରିଥିଲେ । ତେବେ ଆର. ପ୍ରଗନାନଂଧାଙ୍କୁ ଶ୍ରଦ୍ଧାରେ ପ୍ରଗୁ ବୋଲି କୁହାଯାଇଥାଏ । ଜାତୀୟ ଗଣମାଧ୍ୟମକୁ ସେ ସୂଚନା ଦେଇଛନ୍ତି ଯେ, ଏହି ସଫଳତା ପରେ ସେ ଆଶ୍ୱସ୍ତି ଅନୁଭବ କରୁଛନ୍ତି । ସେ କହିଛନ୍ତି ସେ ଜାଣିନଥିଲେ ଯେ, ସେ ଗ୍ରାଣ୍ଡମାଷ୍ଟର ହେବାକୁ ଯାଉଛନ୍ତି । ଏ ବାବଦରେ ସେ ଜମା ବି ଚିନ୍ତା କରିନଥିଲେ, କାରଣ ତାଙ୍କର ଧ୍ୟାନ ଭ୍ରଷ୍ଟ ହୋଇଯାଇଥାନ୍ତା । ଆଗକୁ ବିଶ୍ୱ ଚାମ୍ପିୟନ ହେବା ପାଇଁ ଲକ୍ଷ୍ୟ ରଖିଥିବା ସେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଭାରତର ମହାନ ଚେସ୍ ଖେଳାଳୀ ବିଶ୍ୱନାଥନ୍ ଆନନ୍ଦ ୧୮ ବର୍ଷ ବୟସରେ ଗ୍ରାଣ୍ଡ ମାଷ୍ଟର ଉପାଧି ହାସଲ କରିଥିଲେ । ଏବଂ ୨୦୧୩ ମସିହାରେ ତାଙ୍କୁ ବିଶ୍ୱ ଚାମ୍ପିୟନସିପରେ ହରାଇଥିବା ଏବଂ ଚେସ୍ ଜଗତରେ ରାଜ କରୁଥିବା କାର୍ଲସନ ୧୩ ବର୍ଷ ୪ ମାସ ବୟସରେ ଗ୍ରାଣ୍ଡମାଷ୍ଟର ଉପାଧି ହାସଲ କରିଥିଲେ । ଏହି ସଫଳତା ପରେ ପ୍ରଗନାନଂଧା ସମସ୍ତଙ୍କୁ ପଛରେ ପକାଇଛନ୍ତି ।