ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ ! ରାଜ୍ୟ ସରକାରଙ୍କ ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ, ସ୍ୱତନ୍ତ୍ର ଉନ୍ନୟନମୂଳକ କାର୍ଯ୍ୟର କରିବେ ତଦାରଖ ।

360

କନକ ବ୍ୟୁରୋ : ବିନା ଦରମାରେ କାମ କରିବେ ବାଲକ୍ରିଷ୍ଣନ୍ । କିଛିଦିନ ତଳେ ଓଡିଶା କ୍ୟାଡରର ଏହି ଆଇଏଏସ ଅଧିକାରୀ ଅବସର ନେଇଥିଲେ । ଓଡିଶା ସରକାରଙ୍କ ଅଧିନରେ ବହୁ ବର୍ଷ ଧରି କାମ କରିଥିବା ବାଲକ୍ରିଷ୍ଣନ ଓଡିଶାର କଳା ସଂସ୍କୃତି ଓ ସାମାଜିକ ମୁଲ୍ୟବୋଧକୁ ନେଇ ଖୁସି ବ୍ୟକ୍ତ କରିଥିଲେ । ବର୍ତମାନ ରାଜ୍ୟ ସରକାର ତାଙ୍କୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ପ୍ରମୁଖ ପରାମର୍ଶଦାତା ଭାବେ ନିଯୁକ୍ତ କରିଛନ୍ତି ।

ହେଲେ ଓଡିଶାକୁ ଭଲ ପାଉଥିବା ଏହି ଆଇଏଏସ ଅଧିକାରୀ ଅବସର ପରେ କୌଣସି ଦରମା  ନନେଇ ରାଜ୍ୟର ବିକାଶ ପାଇଁ କାର୍ଯ୍ୟ କରିବେ । ସ୍ୱତନ୍ତ୍ର ଉନ୍ନୟନ କାଉନସିଲ, ଆଦିବାସୀ ମ୍ୟୁଜିୟମ, କ୍ରାଫ୍ଟ ମ୍ୟୁଜିୟମ, ଇନପୁଟ ଟୁ ହେରିଟେଜ୍ କ୍ୟାବିନେଟ, ଓଡିଆ ୟୁନିଭର୍ସିଟି ଭଳି ଉନ୍ନୟନ କାର୍ଯ୍ୟକୁ ତଦାରଖ କରିବେ ବାଲକ୍ରିଷ୍ଣନ୍  । ନିଜର କାର୍ଯ୍ୟଦକ୍ଷତା ଓ ପ୍ରଶାସନିକ ଅଭିଜ୍ଞତା ଯୋଗୁଁ ସବୁବେଳେ ବାଲକ୍ରିଷ୍ଣନ ଚର୍ଚ୍ଚାରେ ରହି ଆସିଛନ୍ତି ।  ୧୯୮୪ବ୍ୟାଚର ଏହି ଆଇଏଏସ କିଛି ଦିନ ତଳେ ଅବସର ନେଇଥିଲେ । ହେଲେ ପୁଣି ଥରେ ରାଜ୍ୟର ବିକାଶ କାର୍ଯ୍ୟକୁ ତଦାରଖ କରିବା ପାଇଁ ତାଙ୍କୁ ସ୍ୱତନ୍ତ୍ର ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି । ହେଲେ ଏଥିପାଇଁ ସେ ଦରମା ଆକାରରେ କୈାଣସି ଅର୍ଥ ନେବେ ନାହିଁ । ତାଙ୍କୁ ମୁଖ୍ୟ ଶାସନ ସଚିବଙ୍କ ର‌୍ୟାଙ୍କରେ ନିଯୁକ୍ତି ଦିଆଯାଇଥିବା ବେଳେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କରିବେ  ।