ଅଶ୍ୱିନଙ୍କୁ ୨ଟି ମୁକୁଟ ପିନ୍ଧାଇଲା ଆଇସିସି: କ୍ରିକେଟର ଅଫ ଦ ଇୟର ସହ ଟେଷ୍ଟ କ୍ରିକେଟର ଅଫ ଦ ଇୟର ସମ୍ମାନ

22

କନକ ବ୍ୟୁରୋ : ଭାରତୀୟ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଦୁଇଟି ମୁକୁଟ ପିନ୍ଧାଇଛି ଆଇସିସି । କ୍ରିକେଟର ଅଫ ଦ ଇୟର ଓ ଟେଷ୍ଟ କ୍ରିକେଟର ଅଫ ଦ ଇୟର ଭାବେ ଆର ଅଶ୍ୱିନଙ୍କ ନାମ ଘୋଷଣା କରାଯାଇଛି । ଏଥିସହ ତାଙ୍କୁ ସାର ଗ୍ୟାରିଫିଲ୍ଡ ସୋବର୍ସ ଟ୍ରଫିରେ ସମ୍ମାନିତ କରାଯିବ ।

ସଚିନ ତେନ୍ଦୁଲକର ଓ ରାହୁଲ ଦ୍ରାବିଡଙ୍କ ପରେ ଅଶ୍ୱିନ ତୃତୀୟ ଭାରତୀୟ ସାର ଗ୍ୟାରିଫିଲ୍ଡ ସୋବର୍ସ ଟ୍ରଫି ପାଇବେ । ଏହାସହ ସେ ପ୍ରଥମ ଭାରତୀୟ ବୋଲର ଯେ, ଏଭଳି ସମ୍ମାନ ହାସଲ କରିଛନ୍ତି । ଆଇସିସି ଟେଷ୍ଟ ବୋଲର ରାକିଙ୍ଗରେ ମଧ୍ୟ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି ଅଶ୍ୱିନ୍ । ୨୦୧୬ ମସିହାରେ ଅଶ୍ୱିନ ୧୨ଟି ଟେଷ୍ଟ ଖେଳି ୭୨ଟି ୪୮ ୱିକେଟ ପାଇଛନ୍ତି ।