କେବଳ ମୋକ୍ଷ ପାଇଁ ବୁରାଡି ନୁହଁ , ଭଗବାନ ଶିବଙ୍କ ଦର୍ଶନଭିଳାସ ପାଇଁ ରାଜସ୍ଥାନର ଗୋଟିଏ ପରିବାରରେ ଜହର ଖାଇଥିଲେ ୫ ଜଣ ।

35

ଭାରତର ରାଜଧାନୀ ଦିଲ୍ଲୀର ବୁରାଡିଠାରେ ନିକଟରେ ଧର୍ମନ୍ଧତାର ଶିକାର ହୋଇ ଗୋଟିଏ ପରିବାରର ୧୧ ଜଣ ସଦସ୍ୟଙ୍କ ଜୀବନ ମୁହୂର୍ତ୍ତକ ମଧ୍ୟରେ ଶୂନ୍ୟରେ ବିଲୀନ ହୋଇଯାଇଥିଲା । ଏହାର କାରଣ ଥିଲା ମୋକ୍ଷ ପ୍ରାପ୍ତିର ଅଦମ୍ୟ ଅଭିଳାଷ । ଯାହା ଏକ ହସଖୁସିର ପରିବାରକୁ ନିମିଶକ ମଧ୍ୟରେ ଚୁପ୍ କରାଇ ଦେଇଥିଲା । ବିଜ୍ଞାନ ଯୁଗରେ ମଧ୍ୟ ଲୋକଙ୍କ ଏହିଭଳି ମାନସିକତାକୁ ଦେଖି ଜମାରୁ ବିଶ୍ୱାସ କରିହୁଏ ନାହିଁ । ତେବେ ଜନତା ବୁରାଡି ଘଟଣାକୁ ଏଭଳି ପ୍ରଥମ ଘଟଣା ଭାବୁଥିବାବେଳେ ଆମେ ଆପଣଙ୍କୁ କହିରଖୁଛୁ ଏହିଭଳି ଆଉ ଏକ ଘଟଣା ମଧ୍ୟ ପୂର୍ବରୁ ଘଟିସାରିଛି ।

ରାଜସ୍ଥାନ ମାଧୋପୁର ଅଞ୍ଚଳର ଗଙ୍ଗାପୁର ଅଞ୍ଚଳରେ ଏକ ପରିବାରରେ ଦେଖାଦେଇଥିଲା ଏଭଳି ଏକ ଘଟଣା । ୨୦୧୩ ମସହା ମାର୍ଚ୍ଚ ମାସରେ ୪୫ ବର୍ଷୀୟ କଚ୍ଚନ ସିଂହ ଏବଂ ତାଙ୍କ ପରିବାରର ସମୁଦାୟ ୮ ଜଣ ସଦସ୍ୟ ଏକସଙ୍ଗେ ବିଷ ପିଇଦେଇଥିଲେ । ସୌଭାଗ୍ୟବଶତଃ ୩ ଜଣଙ୍କ ଜୀବନ ବଞ୍ôଚଯାଇଥିବା ବେଳେ ୫ ଜଣ ମୃତ୍ୟୁବରଣ କରିଥିଲେ ।

ପୋଲିସର ତଦାରଖ ପରେ ଏକ ବ୍ୟକ୍ତିଗତ କ୍ୟାମେରରୁ ଏହି ଘଟଣାର ମୂଳତଥ୍ୟ ମିଳିଥିଲା । କଚ୍ଚନ ସିଂହ ଭଗବାନ ଶିବଙ୍କର ଏକ ବଡ ଭକ୍ତ ଥିଲେ । ଭିଡିଓରେ ତାଙ୍କୁ କହିବାକୁ ମିଳିଥିଲା ଯେ ଯଦି ସେ ଜୀବିତ ରହିଯିବେ ତେବେ ଭଗବାନ ଶିବଙ୍କର ଦର୍ଶନରୁ ବଞ୍ଚିତ ରହିଯିବେ । ଯଦି ସେମାନଙ୍କ ମୃତ୍ୟୁ ହୁଏ ତେବେ ସେମାନେ ସ୍ୱର୍ଗକୁ ଯିବେ ଏବଂ ଭଗବାନ ଶିବଙ୍କୁ ଦର୍ଶନ କରିପାରିବେ । ଏହାପରେ ସେମାନେ ଏହି ପଦକ୍ଷେପ ନେଇଥିଲେ ।

ଭିଡିଓରେ ଅନ୍ୟ ଏକ ତଥ୍ୟ ବି ମିଳିଥିଲା ଯେଉଁଥିରେ ପରିବାର ସଦସ୍ୟ ଇଞ୍ଜେକସନ୍ ସାହାଯ୍ୟରେ ଶରୀରରୁ ରକ୍ତ ବାହାର କରି ଶିବଙ୍କ ରକ୍ତାଭିସେକ କରୁଥିଲେ । ଏହି ପରିବାର ୩୧୦୦ ଥର ଏହିଭଳି ରକ୍ତାଭିସେକ କରି ସାରିଛନ୍ତି ।