ସିଗାରେଟ୍ ଛଡ଼ାଇବ ସ୍ମାର୍ଟ ଲାଇଟର ! ଆସନ୍ତୁ ଜାଣିବା ଏହାର ବିଶେଷତ୍ତ୍ୱ ସମ୍ପର୍କରେ . . . .

66

ସିଗାରେଟ୍ ସ୍ୱାସ୍ଥ୍ୟ ପ୍ରତି ହାନିକାରକ । ଏହା ଜାଣି ମଧ୍ୟ ଅଧିକାଂଶ ଲୋକ ସିଗାରେଟ୍ ଛାଡିପାରନ୍ତି ନାହିଁ । ହେଲେ ଏହାଦ୍ୱାରା ସିଗାରେଟ୍ ପିଉଥିବା ଲୋକମାନେ ନିଜ ଶରୀର ସହ ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଥାନ୍ତି । ଧୂମ୍ରପାନ କରିବା ଦ୍ୱାରା ଆମ ଶରୀରେ ବହୁତ ଖରାପ ପ୍ରଭାବ ପକାଇଥାଏ । ସେଥିପାଇଁ ବିଭିନ୍ନ ସିଗାରେଟ୍ ପ୍ୟାକେଟ୍ ଉପରେ ମଧ୍ୟ ଲେଖା ହୋଇଥାଏ । କିନ୍ତୁ ଏହା ପରେ ବି ଆମେ ଧୂମ୍ରପାନ କରିଥାଉ । କେବଳ ଏତିକି ନୁହେଁ ଧୂମ୍ରପାନ କରିବା ଦ୍ୱାରା ମଣିଷର ମାନସିକ ବିକାଶରେ ମଧ୍ୟ ବାଧା ଉପୁଜିପାରେ । ଏସବୁ ଜାଣିଲା ପରେ ବି ଆମ ଭାରତରେ ଲୋକେ ଧୂମ୍ରପାନକୁ ତ୍ୟାଗ କରିପାରୁନାହାଁନ୍ତି । ଅନେକ ବ୍ୟକ୍ତି ଏପରି ଅଛନ୍ତି ଯେଉଁମାନେ ଧୂମ୍ରପାନ ଛାଡିବାକୁ ଅନେକ ଚେଷ୍ଟା କରି ମଧ୍ୟ ବିଫଳ ହୋଇଛନ୍ତି । ତେବେ ଏଥିପାଇଁ ଚିନ୍ତିତ ହୁଅନ୍ତୁ ନାହିଁ, ଆପଣଙ୍କ ଏହି କୁଅଭ୍ୟାସକୁ ଛଡ଼ାଇବାରେ ସାହାଯ୍ୟ କରିବ ସ୍ମାର୍ଟ ଲାଇଟର ।

ସିଗାରେଟ୍ ପିଇବା ପରି କୁଅଭ୍ୟାସକୁ ଛଡ଼ାଇବା ପାଇଁ ବଜାରରେ ଅନେକ ଜିନିଷ ଉପଲବ୍ଧ । ତେବେ ଆପଣ ଜାଣନ୍ତିି କି ସିଗାରେଟ୍ ଜଳାଇବାରେ ସାହାଯ୍ୟ କରୁଥିବା ଲାଇଟର, ସିଗାରେଟ୍ ଛଡ଼଼ାଇବାରେ ସାହାଯ୍ୟ କରିବ । ଏକଥା ଶୁଣିବା ପରେ ଆପଣଙ୍କୁ ଅଜବ ଲାଗିପାରେ । କିନ୍ତୁ ଏକ କମ୍ପାନି ଦାବି କରିଛି ସେ ଏପରି ଏକ ଲାଇଟର ପ୍ରସ୍ତୁତ କରିଛନ୍ତି, ଯାହା ସିଗାରେଟ୍ ପିଇବାର ଅଭ୍ୟାସକୁ ଛଡ଼଼ାଇବାରେ ସାହାଯ୍ୟ କରିବ । କମ୍ପାନୀ ଦାବି କରିଛି ଏହା ଦୁନିଆର ପ୍ରଥମ ସ୍ମାର୍ଟ ଲାଇଟର । କମ୍ପାନୀ ଏହି ସ୍ୱତନ୍ତ୍ର ଲାଇଟର ନାମ ରଖିଛି କ୍ୱିଟବିଟ୍ । ତେବେ ଆସନ୍ତୁ ଜାଣିବା କିପରି କାମ କରିବ ଏହି ସ୍ମାର୍ଟ ଲାଇଟର ।

ଏହି ଲାଇଟରେ ଏକ ସ୍କ୍ରିନ ଲାଗିଛି । ଏହାଦ୍ୱାରା ଜାଣିହେବ ଆପଣ କେତେ ସମୟ ପୂର୍ବରୁ ସିଗାରେଟ୍ ପିଇଛନ୍ତି । ଏହାସହ ଆପଣ ଦିନରେ କେତୋଟିି ସିଗାଟେର ପିଉଛନ୍ତି ତାହା ଜଣାଇବ । ଏହି ଲାଇଟରର ବିଶେଷତ୍ତ୍ୱ ହେଲା ଆପଣ ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ ସେଟ୍ କରିପାରିବେ । ଗୋଟିଏ ସିଗାରେଟ୍ ପିଇସାରି ଆଉ ଗୋଟିଏ ସିଗାରେଟ୍ ଜଳାଇଲେ ସ୍ମାର୍ଟ ଲାଇଟର ନୋଟିଫିକେସନ୍ ପଠାଇବ । ସୀମିତ ସମୟ ବ୍ୟବଧାନରେ ଜଳିବ ନାହିଁ ଏହି ଲାଇଟର । କ୍ୱିଟଭିଟ୍ ଲାଇଟରର ସମସ୍ତ ତଥ୍ୟକୁ କ୍ୱଟଭିଟ ଆପରେ ସଂରକ୍ଷିତ କରି ରଖିବ । ଯାହାକୁ ଆପଣ ନିଜ ମୋବାଇଲରେ ଦେଖିପାରିବେ । କ୍ୱିଟଭିଟରେ ୟୁଏସବି ଚାର୍ଜର ଲାଗିଥାଏ, ଯାହାଦ୍ୱାରା ଏହା ଚାର୍ଜ କରିହେବ । ଦୁଇ ଘଂଟାରେ ପୁରୁାପୁରି ଚାର୍ଜ ହେବ ଏହି ଲାଇଟର । ଥରେ ଚାର୍ଜ କଲେ ୪ ରୁ ୭ ଦିନ ପର୍ଯ୍ୟନ୍ତ ଚାଲିବ ଏହି ସ୍ମାର୍ଟ ଲାଇଟର । ସୂଚନା ଅନୁସାରେ କମ୍ପାନି ଦାବି କରିଛି, ଏହି ସ୍ମାର୍ଟ ଲାଇଟର ସାହାଯ୍ୟରେ ସିଗାରେଟ୍ ପିଇବା କମ୍ କରିବା ସହ ଧୀରେ ଧୀରେ ଛାଡ଼ିପାରିବେ । ତେବେ କେତେ ଦୂର କାମ କରିବ ଏହି ସ୍ମାର୍ଟ ଲାଇଟର ତାହା ବଜାରକୁ ଆସିଲା ପରେ ଜଣାପଡ଼ିବ