ଇପିଏଫ ଆକାଉଂଟଧାରୀଙ୍କୁ ମହଙ୍ଗା ମାଡ ! ଜମାରାଶିରେ ମିଳୁଥିବା ସୁଧ ଉପରେ ଦେବାକୁ ପଡିବ ଟାକ୍ସ ।

51

କନକ ବ୍ୟୁରୋ : ଇପିଏଫ ଆକାଉଂଟଧାରୀଙ୍କୁ ନିଜ ଜମାରାଶି ସୁଧ ଉପରେ ଦେବାକୁ ପଡିବ ଟାକ୍ସ । କର୍ମଚାରୀ ଭବିଷ୍ୟନିଧି ପାଂଠିରେ ଆକାଉଂଟଧାରୀଙ୍କୁ ମିଳୁଥିବା ସୁଧ ଉପରେ ଟାକ୍ସ ଦେବେ କର୍ମଚାରୀ । ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ମାମଲାର ଶୁଣାଣି କରି ବେଙ୍ଗାଲୁରୁ ଇନକମ ଟାକ୍ସ ଆପିଲେଟ ଟ୍ରିବ୍ୟୁନାଲ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ।

ଅନେକ କର୍ମଚାରୀ ଅବସରନେବା ପରେ, ଚାକିରି ଛାଡିବା ଓ ଚାକିରୀରୁ ଛଟେଇ ହେବା ପରେ ସେମାନଙ୍କର ଇପିଏଫ ଆକାଉଂଟ ଚାଲୁରହୁଛି ଓ ସେମାନେ ସୁଧ ପାଉଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଯେ ଅନେକ କର୍ମଚାରୀ ଜାଣିନାହାନ୍ତି ଚାକିରୀରୁ ଛଟେଇ ହେବା ପରେ ଇପିଏଫରେ ମିଳୁଥିବା ସୁଧ ଉପରେ ଟାକ୍ସ ଦେବାକୁ ପଡିବ ।ଆଇଟିଏଟି କହିଛନ୍ତି କେବଳ ଅବସରପ୍ରାପ୍ତ କର୍ମଚାରୀ ନୁହନ୍ତି ବରଂ ବିଭିନ୍ନ କାରଣରୁ ଚାକିରି ଛାଡୁଥିବା କର୍ମଚାରୀଙ୍କ ଇପିଏଫ ଆକାଉଂଟରେ ଥିବା ମୂଳଧନ ଉପରେ ଟାକ୍ସ ଭରିବାକୁ ପଡିବ ।

ଗତ ନଭେମ୍ବରରେ ଜାରି ନୋଟିସ ଅନୁସାରେ , ଯେତେବେଳେ ଜଣେ କର୍ମଚାରୀ ଚାକିରୀରୁ ଇସ୍ତଫା ଦେଉଛି କିମ୍ବା ଛଟେଇ ହେଲେବି ତାଙ୍କ ଇପିଏଫ ଆକାଉଂଟ ‘ଅପେରିଟିଭ’ ରହୁଛି ଏବଂ ଜମାରାଶି ଉଠାଇବା ପର୍ଯ୍ୟନ୍ତ ସୁଧ ପାଉଛନ୍ତି । କିନ୍ତୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପାଇଁ ନିୟମ ଅଲଗା ରହିଛି । ଯଦି ଜଣେ କର୍ମଚାରୀ ୫୫ ବର୍ଷରେ ଅବସର ନିଏ ଏବଂ ଇପିଏଫ ଆକାଉଂଟରୁ ଟଙ୍କା ନଉଠାଏ କିମ୍ବା ଟଙ୍କାକୁ ନିଜ ବ୍ୟକ୍ତିଗତ ଆକାଉଂଟକୁ ଟଙ୍କା ନପଠାଏ ତେବେ ଆଗାମୀ ତିନିବର୍ଷ ଯାଏ ତାଙ୍କ ଇପିଏଫ ଆକାଉଂଟକୁ ଅଚଳ କରିଦିଆଯିବା ସହ ସୁଧ ଦିଆଯାଇନଥାଏ । ଜମାରାଶି ଉପରେ ସୁଧହାର ପ୍ରତିବର୍ଷ ଘୋଷଣା କରାଯାଇଥାଏ । ୨୦୧୬-୧୭ ଆର୍ଥିକ ବର୍ଷରେ ସୁଧହାର ୮.୬୫ ପ୍ରତିଶତ ରହିଛି ଏବଂ ଚଳିତ ବର୍ଷର ସୁଧ ହାର ଖୁବ ଶୀଘ୍ର ଘୋଷଣା ହେବ ।