ଚାଷରୁ ଆୟ ୪୦ ଲକ୍ଷ । ସରକାରୀ ଚାକିରି ଛାଡି ଲକ୍ଷାଧିକ ଟଙ୍କା କମାଇଲେ ଗୁରଦେବ କୈାର୍ ।

61

କନକ ବ୍ୟୁରୋ : ଆଜିକାଲି ସରକାରୀ ଚାକିରୀର ଚାହିଦା କାହିଁରେ କ’ଣ ? ଯୁବଗୋଷ୍ଠୀ ଏବେ ସରକାରୀ ଚାକିରି ପାଇବା ପାଇଁ ପାଗଳ ପ୍ରାୟ । ଗୋଟିଏ ପଟେ ସରକାରୀ ଚାକିରି ପଛରେ ଲୋକ ଗୋଡାଉଥିବା ବେଳେ ପଞ୍ଜାବରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ସରକାରୀ ଚାକରିକୁ ତୁଚ୍ଛ କରି ପାଦ ବଢାଇଛନ୍ତି କୃଷି କ୍ଷେତ୍ରକୁ । ଆଉ ସଫଳତା ମଧ୍ୟ ହାସଲ କରିଛନ୍ତି । ଯେଉଁ ସମୟରେ ଚାଷକୁ ନେଇ ଲୋକ ନାକ ଟେକୁଛନ୍ତି ସେହି ସମୟରେ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଲୁଧିଆନାର ମହିଳା ଗୁରଦେବ କୌର ।

gurdevkaur4_1508932180ଲୁଧିଆନାର ଗୁରଦେବ କୌର ! ସରକାରୀ ସ୍କୁଲରେ ଗଣିତ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଥିଲେ । ସ୍ୱାମୀ ଓ ସ୍ତ୍ରୀ ଉଭୟ ସରକାରୀ ଚାକିରିଆ । କିନ୍ତୁ ସ୍ୱାମୀ ସରକାରୀ ଚାକିରିରୁ ଅବସର ନେବା ପରେ ଗୁରଦେବଙ୍କ ପରିବାରର ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିଲା । ତାଙ୍କର ଆର୍ଥିକ ସ୍ଥିତରେ ଅବନତି ଦେଖାଦେଲା । ବାସ ୍ ଏଇଠୁ ହିଁ ଆରମ୍ଭ ହୋଇଥିଲା ଗୁରଦେବଙ୍କ ସଂର୍ଘଷମୟ ଯାତ୍ରା । ଆର୍ଥିିକସ୍ଥିତି ସ୍ୱଚ୍ଛଳ କରିବା ପାଇଁ ଗୁରଦେବ ସରକାରୀ ଚାକିରିକୁ ଛାଡି କୃଷି କ୍ଷେତ୍ରରେ ପାଦ ଦେବାକୁ ନିଷ୍ପତି ନେଇଥିଲେ ।

ନିଜ ଗାଁ ପାଖରେ ୨.୫ ଏକରର ଜମି କିଣିବା ସହ ଚାଷ କାର୍ଯ୍ୟ ଆରମ୍ଭ କରିଥିଲେ । ସରକାରୀ କାଯ୍ୟାଳୟରୁ ସିଧା ଚାଷଜମି । ଚାଷ କ୍ଷେତ୍ରରେ ସେଭଳି କିଛି ଅଭିଜ୍ଞତା ନଥିଲେ ମଧ୍ୟ କିଛି ନୂଆ କରିବାର ଇଚ୍ଛା ତାଙ୍କୁ ଆଗକୁ ବାଟ କଢାଇ ନେଇଥିଲା । ୨୦୦୮ ମସିହାରେ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରୁ ଦୁଇ ମାସ ଧରି ଉନ୍ନତ ପ୍ରଣାଳୀରେ କିପରି ଚାଷ କରାଯିବ ସେ ସମ୍ବନ୍ଧୀୟ ପ୍ରଶିକ୍ଷଣ ନେଇ ପୁଣି ଫେରିଥିଲେ ଚାଷ କ୍ଷେତକୁ । ବିଭିନ୍ନ ପନିପରିବା, ଫଳ ଓ ଜୈବିକ ସାର କିପରି ପ୍ରସ୍ତୁତ କରାଯିବ ସେ ସମ୍ବନ୍ଧୀୟ ଜ୍ଞାନ ନେଇ କୃଷି କ୍ଷେତ୍ରରେ ଆରମ୍ଭ କରିଥିଲେ ନିଜ ସଫଳତାର ଯାତ୍ରା ।

gurdev-kaur 11କେବଳ ପନିପରିବା ଚାଷରେ ସେ ସୀମିତ ନଥିଲେ । ଚାଷ କରିବା ସହ ଏକ କୃଷି ଫାର୍ମ ମଧ୍ୟ ସେ ଆରମ୍ଭ କରିଥିଲେ । ଏହି ଫାର୍ମରେ ସେ ମହୁ ଚାଷ ମଧ୍ୟ ଆରମ୍ଭ କରିଥିଲେ । ତେବେ ଚାଷ ପରେ ବାହାରୁଥିବା ଆବର୍ଜନାରୁ ସେ ସାର ପ୍ରସ୍ତୁତ କରି ଏହାକୁ ଚାଷ କ୍ଷେତରେ ଉପଯୋଗ କରୁଥିଲେ । ଚାଷ କରିବା ସହ ଗ୍ଲୋବାଲ ସେଲ୍ଫ ହେଲ୍ପ ନାମରେ ଏକ ସଂସ୍ଥା କରି ଅନ୍ୟ ଚାଷୀଙ୍କୁ ମଧ୍ୟ ସହାୟତା କରୁଥିଲେ । ଏବେ ତାଙ୍କ ସଂସ୍ଥାରେ ପ୍ରାୟ ୩୦୦ ଜଣ ମହିଳା କାମ କରୁଛନ୍ତି । ୨୦୦୮ରେ ଗୁରଦେବ ଆରମ୍ଭ କରିଥିବା ଏହି ସଂସ୍ଥା ଏବେ ଲକ୍ଷ ଲକ୍ଷ ଟଙ୍କାର ବ୍ୟବସାୟ କରୁଛି । ଏହାସହ ଗ୍ରାମୀଣ ମହିଳାଙ୍କୁ ନିଜ ସଂସ୍ଥାରେ କାମ ଦେଇ ସ୍ୱାବାଲମ୍ବୀ କରିବାରେ ମଧ୍ୟ ସହାୟକ ହୋଇଛନ୍ତି । ତାଙ୍କ ଫାର୍ମରେ କାମ କରି ମହିଳା ମାସିକ ୨୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବାର ସେ କହିଛନ୍ତି ।

saagଗୁରଦେବଙ୍କ ଏହି ସଫଳତା ପାଇଁ ତାଙ୍କୁ ଅନେକ ପୁରସ୍କାର ମଧ୍ୟ ମିଳିଛି । ଯେଉଁ ବିଶ୍ୱବିଦ୍ୟାଳୟରେ ଜ୍ଞାନ ଆହରଣ କରି ସେ ଚାଷ କ୍ଷେତରେ ସଫଳତା ହାସଲ କରିଥିଲେ ସେହି ବିଶ୍ୱବିଦ୍ୟାଳୟ ତରଫରୁ ତାଙ୍କୁ ୨୦୦୯ ମସିହାରେ ଜଗବୀର କୌର ସମ୍ମାନରେ ସମ୍ମାନିତ କରାଯାଇଛି । ଖାଲି ଏତିକି ନୁହେଁ ପଞ୍ଜାବ କୃଷି ବିଶ୍ୱବିଦ୍ୟାଳୟରେ ଏବେ ସେ ଅନ୍ୟ ଚାଷୀଙ୍କୁ ମଧ୍ୟ ଜ୍ଞାନ ବାଣ୍ଟୁଛନ୍ତି । ଏହାଛଡା କୃଷି କ୍ଷେତ୍ରରେ ସଫଳତା ପାଇଁ ତାଙ୍କୁ ୨୦୧୦ ଓ ୨୦୧୧ ମସିହାରେ ଲଗାତାର ଦୁଇଥର ରାଜ୍ୟ କୃଷି ପୁରସ୍ମାରରେ ସମ୍ମାନିତ କରାଯାଇଛି ।