କ୍ୱେଟା ପୁଲିସ ତାଲିମ କେନ୍ଦ୍ରରେ ଆତଙ୍କୀ ଆକ୍ରମଣ : ୬୦ ଜଣ କ୍ୟାଡେଟ୍ସ ମୃତ, ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଆହତ

37

କନକ ବ୍ୟୁରୋ : ପାକିସ୍ତାନ କ୍ୱେଟାରେ ପୁଲିସ ତାଲିମ କେନ୍ଦ୍ରରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ସୋମବାର ବିଳମ୍ବିତ ରାତିରେ ହୋଇଥିବା ଏହି ଆକ୍ରମଣରେ ୬୦ଜଣ କ୍ୟାଡେଟ୍ସଙ୍କ ମୃତ୍ୟୁ ହୋଇଛି । ୧୦୦ରୁ ଅଧିକ ପୁଲିସ କର୍ମଚାରୀ ଏଥିରେ ଆହତ ହୋଇଛନ୍ତି । ପୁଲିସ କର୍ମଚାରୀଙ୍କ ପାଲଟା ଆକ୍ରମଣରେ ୩ଜଣ ଆତଙ୍କୀ ନିହତ ହୋଇଛନ୍ତି । ଆହତ ପୁଲିସ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

ସୋମବାର ରାତି ୧୧ଟା ୩୦ରେ ୩ଜଣ ଆତଙ୍କବାଦୀ ଆସ୍ତ୍ରଶସ୍ତ୍ର ନେଇ ପୁଲିସ ତାଲିମ କେନ୍ଦ୍ରକୁ ପ୍ରବେଶ କରି ଆକ୍ରମଣ କରିଥିଲେ । ଆକ୍ରମଣ ସମୟରେ ତାଲିମ କେନ୍ଦ୍ର ଭିତରେ ଥିବା ପ୍ରାୟ ୭ଶହରୁ ଅଧିକ କ୍ୟାଡେଟ୍ସଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ପାକିସ୍ତାନ ସେନା ପକ୍ଷରୁ ସ୍ଥାନୀୟ ଅଂଚଳକୁ ଖାଲି କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି ।