କେନ୍ଦ୍ରାପଡାରେ ଗ୍ୟାଙ୍ଗଷ୍ଟର ଟିଟୋ ଘରେ ଏସଟିଏଫ୍ : ଅମାପ ସଂପତ୍ତି ନେଇ ଟିଟୋର ପତ୍ନୀଙ୍କୁୁ ଜେରା କରୁଛି ୫ ଜଣିଆ ଟିମ୍

26

କନକ ବ୍ୟୁରୋ : ବେଗମଙ୍କୁ ଜେରା କରୁଛି ପାଇଁ ଗ୍ୟାଙ୍ଗଷ୍ଟର ଟିଟୋର ବାସଭବନରେ ପହଂଚିଛି ଏସଟିଏଫ । ଟିଟୋର ସ୍ତ୍ରୀ ବେନଜୀର ବିବିଙ୍କୁ ଜେରା କରିବା ପାଇଁ ଏସଟିଏଫର ଏକ ଟିମ୍ କେନ୍ଦ୍ରାପଡାରେ ଟିଟୋର ଘରେ ପହଂଚିଛି । ୫ ଜଣିଆ ଟିମରେ ଜଣେ ଡିଏସପି ଓ ୨ ଜଣ ଲେଡି ଇନ୍ସପେକ୍ଟର ରହିଛନ୍ତି । ଟିଟୋଙ୍କ ପତ୍ନୀ ବେନଜୀରଙ୍କ ଅର୍ଥନୈତିକ କାରବାରକୁ ନେଇ ପଚରାଉଚରା କରୁଛନ୍ତି ଏସଟିଏଫ ଟିମ୍ । କିପରି ଜଣେ ହାଉସ ୱାଇଫ ହୋଇ ଏତେ ଟଙ୍କା ଅର୍ଜନ କଲେ, ସେନେଇ ଖୋଳତାଡ କରୁଛି ଏସଟିଏଫ । ବେନଜୀରଙ୍କ ନାଁରେ ଏକାଧିକ ପେଟ୍ରୋଲ ପମ୍ପ, ଜମା ଟଙ୍କା, ବିଆଇପିଏଲ କମ୍ପାନୀ ଓ ୯୦ଲକ୍ଷ ଟଙ୍କାର ଅଡି କାର ରହିଛି । କେନ୍ଦ୍ରାପଡାରେ ଟିଟୋ ଘରେ ଏସଟିଏଫର ରେଡ୍ ବେଳେ ବେନଜୀର ବିବିଙ୍କର ଏହି ସବୁ ତଥ୍ୟ ପଦାକୁ ଆସିଥିଲା ।

titto
source : News Odisha

ସେପଟେ ସାମନାକୁ ଆସିଛି ଟିଟୋର ପଲଟିକାଲ ଲିଙ୍କ । କେନ୍ଦ୍ରାପଡା ପୂର୍ବତନ କାଉନସିଲର ହିବଜୁର ରେହମାନ ଏସଟିଏଫରେ ହାଜର ହୋଇଛନ୍ତି । ଟିଟୋର ସହ ଲିଙ୍କ ନେଇ ହିବଜୁରଙ୍କୁ ଜେରା କରିବ ଏସଟିଏଫ । ସେପଟେ ଆଜି ଟିଟୋର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ଶେଷ ହେବା ପରେ ତାଙ୍କୁ ପୁଣି ଥରେ କୋର୍ଟରେ ହାଜର କରାଯିବ । ତେବେ ପୁଣି ତୃତୀୟ ଥର ପାଇଁ ଟିଟୋକୁ ୫ ଦିନିଆ ରିମାଣ୍ଡରେ ନେବାକୁ ଆବେଦନ କରିବ ଏସଟିଏଫ । ଗ୍ୟାଙ୍ଗଷ୍ଟର ଟିଟୋ ନାଁରେ ଆଉ ୩ଟି ମାମଲା ରୁଜୁ କରାଯାଇଛି । ଅର୍ଥନୈତିକ କାରବାର, ଜମି ହଡ଼ପ ଓ ଦାଦାବଟି ମାମଲା ରୁଜୁ କରାଯାଇଛି ।