କୋହଲିଙ୍କ ଅଧିନାୟକ ଦକ୍ଷତାକୁ ନେଇ ଉଠିଲା ପ୍ରଶ୍ନ!ଚୂଡାନ୍ତ ଏକାଦଶ ଚୟନ ଓ ପଡିଆରେ ଉଗ୍ର ସ୍ୱଭାବକୁ ସମାଲୋଚନା

29

କୋହଲିଙ୍କ କ୍ୟାପଟେନସିପକୁ ନେଇ ଉଠିଲା ପ୍ରଶ୍ନବାଚୀ । ବର୍ତମାନ ବିଶ୍ୱର ୧ ନମ୍ବର ବ୍ୟାଟ୍ସମ୍ୟାନ୍ ହୋଇଥିଲେ ବି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ଅଧିନାୟକତ୍ୱକୁ ନେଇ ଏବେ ପ୍ରଶ୍ନ ଉଠିଛି । ବ୍ୟକ୍ତିଗତ ଭାବେ ବେଶ୍ ସଫଳ ହୋଇଥିଲେ ବି କୋହଲିଙ୍କ ନେତୃତ୍ୱ ନେବାର ଦକ୍ଷତାକୁ ନେଇ ବିଶେଷଜ୍ଞମାନେ ପ୍ରଶ୍ନ ଉଠାଇଛନ୍ତି । ବିଶେଷ କରି ଇଂଲଣ୍ଡରେ ଭାରତୀୟ ଦଳ ସଂଘର୍ଷ କରୁଥିବା ବେଳେ ଏଭଳି ଖବର ସାମ୍ନାକୁ ଆସିଛି । ଏହା ସହ ପଡିଆ ଭିତରେ ତାଙ୍କର ବ୍ୟବହାରକୁ ମଧ୍ୟ ସମାଲୋଚନା ହେଉଛି ।

ବିପକ୍ଷ ଦଳର ୱିକେଟ୍ ପତନ ବେଳେ କୋହଲି ଯେଉଁଭଳି ଉଗ୍ର ଉତ୍ସବ ପାଳନ କରୁଛନ୍ତି ତାକୁ ନେଇ କ୍ରିକେଟ୍ ବିଶେଷଜ୍ଞମାନେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି । ଏପରିକି ଯେଉଁମାନେ ଦିନେ ଧୋନିଙ୍କୁ କ୍ୟାପଟେନ କୁଲ କହୁଥିଲେ ସେମାନେ ଏବେ କୋହଲିଙ୍କୁ କ୍ୟାପଟେନ୍ ଅନକୁଲ କହିବା ଆରମ୍ଭ କଲେଣି ।