ବ୍ରିଟିଶ୍ ମହାରାଣୀ ପିନ୍ଧିନଥିଲେ ସିଟ୍ ବେଲ୍ଟ ! ଲୋକେ ପୁଲିସକୁ କଲେ ଫୋନ୍

30

ୟୁକେ ସଂସଦକୁ ଯାଉଥିଲେ ବ୍ରିଟିଶ୍ ମହାରାଣୀ । ଗାଡିରେ ଯିବାବେଳେ ପିନ୍ଧିନଥିଲେ ସିଟ୍ ବେଲ୍ଟ । ଏହା ଦେଖି ଲୋକେ ପୁଲସକୁ ଫୋନରେ ସୂଚନା ଦେଇଥିଲେ । ପୁଲିସ ଟ୍ୱିଟ୍ କରି କହିଥିଲା କି ଏହି ଘଟଣାକୁ ନେଇ ପାଖାପାଖି ୯୯୯ଟି ଫୋନ୍ କଲ ଆସିଥିଲା ।

ବ୍ରିଟେନରେ ସିଟ୍ ବେଲ୍ଟକୁ ନେଇ ଆଇନ କଡ଼ାକଡ଼ି ହୋଇଛି । ନିୟମ ଅନୁସାରେ, ଗାଡ଼ିରେ ଗଲାବେଳେ ସିଟ୍ ବେଲ୍ଟ ନପିନ୍ଧିଥିଲେ ୪୦ହଜାର ଟଙ୍କା ଜୋରିମନା ରହିଛି । କିନ୍ତୁ ମହାରାଣୀ ବିରୁଦ୍ଧରେ ଆଇନର କାର୍ଯ୍ୟକାରୀ ହୋଇନାହିଁ ।