ବିଲେଇ ପାଇଁ କଳି ! ଘରେ ବିଲେଇ ପଶିଲା ବୋଲି ଜଣେ ମହିଳା ଆଉ ଜଣେ ମହିଳାଙ୍କୁ କଲେ ମରଣାନ୍ତକ ଆକ୍ରମଣ

138

କନକ ବ୍ୟୁରୋ : ବିଲେଇ ପାଇଁ କଳି । ବିଲେଇ ପାଇଁ ଦୁଇ ମହିଳା ରକ୍ତମୁଖା । କାହିଁକି ପୋଷା ବିଲେଇ ମୋ ଘରେ ପଶିଲା ବୋଲି କହି ଜଣେ ମହିଳା ଆଉ ଜଣେ ମହିଳାଙ୍କୁ କରିଛନ୍ତି ମରଣାନ୍ତକ ଆକ୍ରମଣ । ବିଲେଇ ପୋଷୁଛ ଆଉ ଅସନା କରୁଛ କହି ଆକ୍ରମଣ କରିଥିଲେ । ଆଉ ବିଲେଇ ଘରେ ପଶି ମଳତ୍ୟାଗ କରିଛି କହି ଗାଳି ଦେଇଥିଲେ । ସୂଚନା ଅନୁସାରେ କ’ଣ ଅସନା ହୋଇଛି ପଚାରିବାରୁ ଶାବଳ ଆଉ ଛୁରା ଧରି ଆକ୍ରମଣ କରିବା ପାଇଁ ପଶିଆସିଲେ ।

କଟକ ମର୍କତନଗର ଅଂଚଳରେ ଜଣଙ୍କର ପୋଷା ବିଲେଇ ଅନ୍ୟ ଜଣଙ୍କ ଘରେ ପଶିଲା । ଏହାକୁ ନେଇ ଦୁଇ ପରିବାର ଭିତରେ ଗଣ୍ଡଗୋଳ । ଏପରିକି ଶାବଳରେ ମଧ୍ୟ ଆକ୍ରମଣ ହୋଇଛି । ବିଲେଇ ରଖିଥିବା ମହିଳା ଗୁରୁତର ଆହତ ହୋଇ କଟକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାରେ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପ୍ରତିପକ୍ଷଙ୍କୁ ମରଣାନ୍ତକ ଆକ୍ରମଣ ଦୋଷରେ ପୋଲିସ ଜଣଙ୍କୁ କୋର୍ଟ ଚାଲାଣ ମଧ୍ୟ କରିଛି ।