କମ୍ପାନୀରେ ନିଯୁକ୍ତି ଦାବି ! ମୁନିଗୁଡାରେ ରେଳଧାରଣାରେ ଶୋଇ ଟ୍ରେନ ଅଟକାଇଲେ ବେଦାନ୍ତ ପାଇଁ ଜମିହରା ଉଚ୍ଚଶିକ୍ଷତ ଯୁବକ

31

କନକ ବ୍ୟୁରୋ : ଚାକିରୀ ଦାବିରେ ଅଭିନବ ପ୍ରତିବାଦ । ଏହି ଘଟଣା ଘଟିଛି ରାୟଗଡା ମୁନିଗୁଡା ବ୍ଲକ ଅନ୍ତର୍ଗତ ଆମ୍ବଦଳାଠାରେ । ବେଦାନ୍ତ କମ୍ପାନୀକୁ ବାରମ୍ବାର ଅନୁରୋଧ କରିବା ପରେ ବି ନିଯୁକ୍ତି ନମିଳିବାରୁ କମ୍ପାନୀକୁ ରେଳରୋକ କରିଛନ୍ତି ଅଶୋକ କୁମାର ଖୁରା ଓ ତାଙ୍କ ଭାଇ । କମ୍ପାନୀ ପାଇଁ ଜମିଅଧିଗ୍ରହଣ ବେଳେ ଜମିହରାଇଥିବା ପରିବାରର ଶିକ୍ଷିତ ଯୁବକଙ୍କୁ ଚାକିରୀର ପ୍ରତିଶ୍ରୃତି ଦେଇଥିଲା କମ୍ପାନୀ ।

ଏଥିରେ ଅଶୋକଙ୍କ ପରିବାର ରହିଥିଲେ । କିନ୍ତୁ ଚାକିରୀ ନ ପାଇବାରୁ ବାଧ୍ୟ ହୋଇ ଅଶୋକ ଓ ତାଙ୍କ ଭାଇ ନିଜ ଜମି ଦେଇ ଯାଇଥିବା ରେଳଧାରଣାରେ ଶୋଇ ରେଳରୋକ କରିଥିଲେ । ଫଳରେ କମ୍ପାନୀକୁ ମାଲ ପରିବହନ ବାଧାପ୍ରାପ୍ତ ହୋଇଥିଲା । ପରେ କମ୍ପାନୀ କର୍ତୃପକ୍ଷ ଚାକିରୀ ପାଇଁ ପ୍ରତିଶ୍ରୃତି ଦେବା ପରେ ଅଶୋକ ରେଳରୋକରୁ ହଟିଥିଲେ ।