ପୋଲିସ୍ ସବ୍-ଇନସ୍ପେକ୍ଟର ପଦବୀ ପାଇଁ ଇଚ୍ଛୁକ ଅଛନ୍ତି କି ? ବାହାରି ଯାଇଛି ବିଜ୍ଞପ୍ତି ଶୀଘ୍ର ଆବେଦନ କରନ୍ତୁ । 

69

ମହାରାଷ୍ଟ୍ର ଲୋକ ସେବା ଆୟୋଗ ତରଫରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରି ଯାଇଛି । ତେବେ ଏହି ବିଜ୍ଞପ୍ତିରେ ପୋଲିସ୍ ସବ୍-ଇନସ୍ପେକ୍ଟର,ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍,ଷ୍ଟେଟ୍ ଟେକ୍ସ-ଇନସ୍ପେକ୍ଟର,ଷ୍ଟେଟ୍ ସର୍ଭିସ୍ ପରୀକ୍ଷା ଏବଂ ଲ’ଅଫିସର ପଦବୀ ପାଇଁ ବିଜ୍ଞପ୍ତି ବାହାରିଛି । ଯଦି ଆପଣ ମଧ୍ୟ ଏହି ପଦବୀ ପାଇଁ ଯୋଗ୍ୟ ଅଟନ୍ତି ଏବଂ ଆବେଦନ କରିବାକୁ ଇଚ୍ଛୁକ ଅଟନ୍ତି ତେବେ ନିମ୍ନରେ ଦିଆଯାଇଥିବା ସାରଣୀ ଅନୁସାରେ ଆବେଦନ କରିପାରିବେ ।

ବିବରଣୀ : ପୋଲିସ୍ ସବ୍-ଇନସ୍ପେକ୍ଟର ପଦବୀ ପାଇଁ ୩୮୭ ପଦ ଥିବା ବେଳେ ,ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ପାଇଁ ୧୨୬ ପଦ, ଷ୍ଟେଟ୍ ଟେକ୍ସ-ଇନସ୍ପେକ୍ଟର ପାଇଁ ୨୪ ଟି ପଦ ରହିଅଛି । ଚୟନ ପ୍ରାର୍ଥୀଙ୍କର ପ୍ରୀ-ସ୍କେଲ୍ ୯୩୦୦-୩୪୮୦୦ ଟଙ୍କା ରହିବ ଏବଂ ଗ୍ରେଡ୍-ପେ ୪୩୦୦ ଟଙ୍କା ରହିବ ।

ଯୋଗ୍ୟତା : ଏହି ପଦରେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କୁ ଗ୍ରାଜୁଏସନ୍ କରିବା ନିହାତି ଦରକାରଏବଂ ଉପଯୁକ୍ତ ପ୍ରାର୍ଥୀଙ୍କୁ ମହାରାଷ୍ଟ୍ର ସବଅର୍ଡିନେଟ୍ ସର୍ଭିସେଜର ପୂର୍ବ ପରୀକ୍ଷା ଦେବାକୁ ପଡିବ ।

ବୟସ ସୀମା : ଆସିଷ୍ଟାଣ୍ଟ ସେକ୍ସନ୍ ଅଫିସର୍ ଏବଂ ଷ୍ଟେଟ୍ ଟେକ୍ସ ଅଫିସର୍ ପଦ ପାଇଁ ୧୮ ରୁ ୩୮ ବର୍ଷ ଏବଂ ପୋଲିସ୍ ସବ୍-ଇନସ୍ପେକ୍ଟର ପାଇଁ ୧୯ ରୁ ୩୧ ବର୍ଷର ପ୍ରାର୍ଥୀ ଆବେଦନ କରିପାରିବେ ।

ଆବେଦନ ଫିସ୍ : ଆବେଦନ ପାଇଁ ରିଜର୍ଭ ବର୍ଗର ପ୍ରାର୍ଥୀଙ୍କ ପାଇଁ ୩୨୪ ଟଙ୍କା ଏବଂ ଅନ୍ୟ ବର୍ଗଙ୍କ ପାଇଁ ୫୨୪ ଟଙ୍କା ରହିଛି ।

ଅନ୍ତିମ ତାରିଖ : ଆବେଦନ କରିବାର ଅନ୍ତିମ ତାରିଖ ୨୭ ଜୁଲାଇ ୨୦୧୮ ।

ଚୟନ ପ୍ରକ୍ରିୟା : ଉପଯୁକ୍ତ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଲିଖିତ ପରୀକ୍ଷା ଏବଂ ସାକ୍ଷାତକାର ମାଧ୍ୟମରେ କରାଯିବ ।