ବିମାନରେ ଉପଲବ୍ଧ ହେଲା ଡବଲବେଡର ସୁବିଧା ! ଜାଣନ୍ତୁ କେଉଁ ଉଡାଯାହାଜ କମ୍ପାନୀ ଦେଉଛି ଏହି ସୁବିଧା ।

57

ଉଡାଜାହାଜରେ ଦୁରଦୁରାନ୍ତକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି । ବିଶେଷ କରି ବିମାନରେ ଥିବା ଛୋଟ ସିଟ କାରଣରୁ ଦୁର ଯାତ୍ରା କରୁଥିବା ଯାତ୍ରୀଙ୍କୁ ବସିବାରେ ଅସୁବିଧା ହୋଇଥାଏ । କିନ୍ତୁ ଏବେ ବିମାନରେ ଯାତ୍ରୀମାନଙ୍କୁ ବେଡରୁମ ଭଳି ଆରାମ ମିଳିପାରିବ । ଏହି ଆକର୍ଷଣୀୟ ସୁବିଧା ବିଶ୍ୱରେ ସର୍ବଶ୍ରେଷ୍ଠ ବିଜନେସ କ୍ଲାସ ସରଭିସ କତାର ଏୟାରୱେଜ ଯାତ୍ରୀ ମାନଙ୍କୁ ପ୍ରଦାନ କରୁଛି । କତାର ଏୟାରୱେଜ ଏବେ କେବଳ ମୁମ୍ବାଇ ଏବଂ ବାଙ୍ଗାଲୋରକୁ ଉଡାଣ ଭରୁଥିବା ବିମାନ ମାନଙ୍କରେ ଏହି ସୁବିଧାକୁ ଉପଲବ୍ଧ କରିଛି । ଖୁବ ଶିଘ୍ର ଏହି ସୁବିଧା ଦିଲ୍ଲୀ ସହିତ ଅନ୍ୟ ବିମାନବନ୍ଦରରୁ ଉଡାଣ ଭରୁଥିବା ବିମାନ ମାନଙ୍କରେ ମଧ୍ୟ ଉପଲବ୍ଧ କରାଯିବ । ଏୟାରୱେଜ ତରଫରୁ ଆୟୋଜନ କରାଯାଇଥିବା ଏହି ଡବଲ ବେଡ ସୁବିଧାର ନାମ କ୍ୟୁ-ସୁଇଟ ରଖାଯାଇଛି ।

କତାର ଏୟାରୱେଜ ଅନୁସାରେ, ଏଆରଲାଇନ ପାଖରେ ନିଜସ୍ୱ କ୍ୟୁ-ସୁଇଟ ବିଜନେସ କ୍ଲାସ ରହିଛି । କ୍ୟୁ-ସୁଇଟ ଅନୁସାରେ ବିଜନେସ କ୍ଲାସ ଯାତ୍ରୀ ମାନଙ୍କୁ ପ୍ରଥମ ଥର ପାଇଁ ବିମାନରେ ଡବଲ ବେଡର ସୁବିଧା ଯୋଗାଇ ଦିଆଯିବ । ଏହି କ୍ଲାସରେ ଯାତ୍ରୀ ମାନଙ୍କୁ ବ୍ୟକ୍ତିଗତ ବେଡ ସହିତ ବ୍ୟକ୍ତିଗତ କ୍ୟାବିନ ମଧ୍ୟ ଯୋଗାଇ ଦିଆଯିବ ।
ଏୟାରଲାଇନର କହିବା ଅନୁସାରେ, ସେଣ୍ଟରର ଚାରୋଟି ସିଟରେ ଆର୍ଜଷ୍ଟେବୁଲ ପ୍ୟାନେଲ, ମୁଭେବୁଲ ଟିଭି ସହିତ ଅନ୍ୟାନ୍ୟ ସୁବିଧା ମାନ ଯୋଗାଇ ଦିଆଯିବ । ଯାହାଫଳରେ ଯାତ୍ରୀମାନଙ୍କୁ ପ୍ରାଇଭେସି ମଧ୍ୟ ମିଳିପାରିବ ।

ଜାଣନ୍ତୁ କେଉଁ ବିମାନରେ ଉପଲବ୍ଧ କରାଯାଇଛି ଏହି ସୁବିଧା ।

କତାର ଏୟାରଲାଇନ ସୁଚନା ମୁତାବକ, ମୁମ୍ବାଇ ଏବଂ ବାଙ୍ଗାଲୋରରୁ ଉଡାଣ ଭରୁଥିବା ବିମାନ ବୋଇଙ୍ଗ ୭୭୭ ଏୟାରକ୍ରାପ୍ଟରେ ଏହି ସୁବିଧାକୁ ଉପଲବ୍ଧ କରାଯାଇଛି । ଏହି ଏୟାରକ୍ରାପ୍ଟ ମୁମ୍ବାଇର ଛତ୍ରପତି ଶିବାଜୀ ଇଣ୍ଟରନ୍ୟାସନାଲ ବିମାନବନ୍ଦର ଏବଂ ବାଙ୍ଗାଲୋର ଇଣ୍ଟରନ୍ୟାସନାଲ ଏୟାରକ୍ରାପ୍ଟ ମଧ୍ୟରେ ଉଡାଣ ଭରିବ । କ୍ୟୁ-ସୁଇଟ ଫ୍ଲାଇଟ ୭୭୭-୩୦୦ ଇଆର, ଏୟାରବସ ଏ୩୫୦-୯୦ ଏବଂ ଏ୩୫୦-୧୦୦ ଏୟାରକ୍ରାପ୍ଟରେ ଉପଲବ୍ଧ ରହିଛି । ଲଣ୍ଡନ, ପ୍ୟାରିସ, ନ୍ୟୁଜଲ୍ୟାଣ୍ଡ, ଚିକାଗୋ, ଇତ୍ୟାଦି ଦେଶମାନଙ୍କରେ ପୂର୍ବରୁ ଏହି ସୁବିଧାକୁ ଉପଲବ୍ଧ କରାଯାଇଛି ।