ଓୟୁଏଟିରେ ଚାଲିଛି ଅସୁସ୍ଥ ଅଜଗରର ଚିକିତ୍ସା ! ଖୋର୍ଦ୍ଧା ଗଙ୍ଗରୋଡଙ୍ଗରୁ ଉଦ୍ଧାର ହୋଇଥିଲା ୧୨ ଫୁଟର ଅଜଗର

63

କନକ ବ୍ୟୁରୋ : ଖୋର୍ଦ୍ଧାରୁ ୧୨ଫୁଟର ଅଜଗର ସାପ ଉଦ୍ଧାର । ଖୋର୍ଦ୍ଧାରୁ ଗଡ ଖୋର୍ଦ୍ଧାକୁ ସଂଯୋଗ ନୂଆ ରାସ୍ତା ନିକଟରୁ ସାପଟିକୁ ଉଦ୍ଧାର କରାଯାଇଛି । ସାପଟି ରାସ୍ତାରେ ଆଘାତ ଅବସ୍ଥାରେ ପଡିରହିଥିଲା । ବନବିଭାଗ ଖବର ପାଇଁ ସାପଟିକୁ ଉଦ୍ଧାର କରିଥିଲା । ଅଜଗରଟି ଗଡଖୋର୍ଦ୍ଧା ଗାଁରୁ ବାହାରି ଜଙ୍ଗଲ ଆଡକୁ ଯାଉଥିବା ବେଳେ ସାପଟି ଉପରେ କିଏ ବାଇକ ଚଢାଇ ଦେଇଛି । ଚିକିତ୍ସା ପାଇଁ ସାପଟିକୁ ଜିଲ୍ଳା ପ୍ରାଣୀ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ଭୁବନେଶ୍ୱର ଓୟୁଏଟିକୁ ସାପଟିକୁ ଅଣାଯାଇଛି । ଓୟୁଏଟିରେ ଅଜଜ୍ଞରର ଚିକିତ୍ସା ଚାଲିଛି ।