ଏକାମ୍ର ପାର୍କରେ ୯ ଫୁଟର ଅଜଗର ! ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ

57

କନକ ବ୍ୟୁରୋ : ଏଣକି ଆଉ ସୁରକ୍ଷିତ ନୁହେଁ ପାର୍କ । ଗଛ କୋରଡରୁ କୌଣସି ମୁହୂର୍ତ୍ତରେ ବି ବାହାରି ପାରେ ସାପ । ଆଜି ଉତ୍ତର ଭୁବନେଶ୍ୱର ଏକାମ୍ର କାନନରୁ ଏକ ବିରାଟ ଅଜଗର ସାପ ଉଦ୍ଧାର ହୋଇଛି । ଏଠାରେ ଥିବା ରିଜୋନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଏକ ପରିତ୍ୟକ୍ତ ଆଜବେଷ୍ଟସ୍ ଘର ଛାତ ଉପରୁ ସାପଟିକୁ ଉଦ୍ଧାର କରିଛି ସ୍ନେକ ହେଲ୍ପଲାଇନ୍ । ଏବେ ପ୍ରଶ୍ନ ଉଠୁଛି, କେତେ ସୁରକ୍ଷିତ ପାର୍କ?

snake 2ସାବଧାନ! ଆପଣ ଭୋର ସକାଳୁ ପାର୍କରେ ଜଗିଂ କରୁଛନ୍ତି କି ଗଛ ମୂଳରେ ବସି ସାଙ୍ଗସାଥୀଙ୍କ ସହ ସମୟ ବିତାଉଛନ୍ତି କି? ତେବେ କୌଣସି ସମୟରେ ବି ଫଣା ଟେକି ପାରେ ସାପ । ଏହା କୌଣସି କାହାଣୀ ନୁହେଁ । ଭୁବନେଶ୍ୱର ଏକାମ୍ରକାନନରୁ ଉଦ୍ଧାର ହୋଇଛି ବିରାଟ ସାପ । ପାର୍କକୁ ଘେରି ରହିଛି ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଂଟରର ଅଫିସ୍ ଓ ଏକ ଜଙ୍ଗଲ । ବାରମ୍ବାର ଏପରି ସାପ ବାହାରୁଥିବା କହିଛନ୍ତ ପ୍ଲାଣ୍ଟ ରିସୋର୍ସ ସେଣ୍ଟର କର୍ତୃପକ୍ଷ ।

ରିଜିଓନାଲ ପ୍ଲାଣ୍ଟ ରିସୋର୍ସ ସେଣ୍ଟରର ଏକ ପରିତ୍ୟକ୍ତ ଆଜବେଟସ୍ ଘର ଉପରେ ଚଢି ଯାଇଥିଲା ୯ ଫୁଟ ଲମ୍ବା ଅଜଗର । ସ୍ନେକ ହେଲପଲାଇନର ସଦସ୍ୟ ଏହାକୁ ଉଦ୍ଧାର କରିବା ପରେ ଆରପିଆରସି ପରିସରରେ ଥିବା ଜଙ୍ଗଲରେ ଛାଡିଛନ୍ତି । ବିଷାକ୍ତ ନ ହେଲେ ବି ବିରାଟ ଅଜଗରକୁ ଦେଖି ଯେକୌଣସି ଲୋକଙ୍କ ମନରେ ଭୟ ହେବା ସ୍ୱାଭାବିକ ।

ଅଜଗର ବିଷାକ୍ତ ନୁହେଁ ସତ । ହେଲେ ପାର୍କ ପରିସରରେ ଆହୁରି ଅନେକ ପ୍ରକାର ସାପ ରହିଛନ୍ତି । ଅନୁମାନ କରନ୍ତୁ, ପାର୍କରେ ବସିଥିବା ବେଳେ ଯଦି ଗୋଟାଏ ସାପ ଆପଣଙ୍କ ଆଗକୁ ଆସିଯିବ, ତାହେଲେ କିପରି ରହିବ ଆପଣଙ୍କ ଅବସ୍ଥା ।