ନବରଙ୍ଗପୁର : ଝରିଗାଁ ବନାଂଚଳରୁ ୧୦ ଫୁଟିଆ ଅଜଗର ଉଦ୍ଧାର

91

କନକ ବ୍ୟୁରୋ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଂଚଳରୁ ଉଦ୍ଧାର ହୋଇଛି ବିରାଟ ଅଜଗର । ଝରିଗାଁ ଚନ୍ଦାହାଣ୍ଡି ରାସ୍ତାର ସମରାଚଚରା ଛକ ନିକଟରେ ଏକ ୧୦ ଫୁଟିଆ ଅଜଗର ରାସ୍ତା ଉପରେ ଶୋଇଥିବା ଦେଖିବାକୁ ମିଳିଥିଲା । ଏନେଇ ବନବିଭାଗ ଖବର ପାଇ ଏକ ଟିମ୍ ଘଟଣାସ୍ଥଳରେ ପହଂଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିକୁ ବର୍ତ୍ତମାନ ଝରିଗାଁ କେନ୍ଦ୍ରୀୟ ନର୍ସରୀରେ ରଖାଯାଇଛି । ସାପଟିର ବୟସ ୧୫ ବର୍ଷ ବୋଲି କୁହାଯାଉଛି । ସାପଟିର ଚିକିତ୍ସା ଚାଲିଥିବା ବେଳେ ଏହା ସୁସ୍ଥ ହେବା ପରେ ପାପଡାହାଣ୍ଡିରେ ଥିବା ମୃଗ ବିହାରରେ ଛଡାଯିବ ବୋଲି ଝରିଗାଁ ରେଂଜର ସୂଚନା ଦେଇଛନ୍ତି ।