ଭୁବନେଶ୍ୱରରୁ ଉଦ୍ଧାର ହେଲା ୮ଫୁଟର ଅଜଗର

25

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ଭୁବନେଶ୍ୱରରେ ପାର୍କରୁ ଉଦ୍ଧାର ହେଲା ୮ଫୁଟର ଅଜଗର । ରାଜଧାନୀର ବୁଦ୍ଧ ପାର୍କରୁ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କ ଦ୍ୱାରା ୮ଫୁଟର ବିଶାଳକାୟ ଅଜଗରକୁ ଉଦ୍ଧାର କରାଯାଇଛି । ୱାଇଲ୍ଡ ଲାଇଫ ଅଫିସରେ ଅଜଗରକୁ ରଖାଯିବା ପରେ ଭରତପୁର ସଂରକ୍ଷିତ ଜଙ୍ଗଲରେ ଅଜଗରକୁ ଛଡାଯିବ ବୋଲି ସୂଚନା ମିଳିଛି । ନିକଟରେ କଟକ ଓ ମାଲକାନଗିରି ସହରରେ ବି ଅଜଗର ଉଦ୍ଧାର କରାଯାଇଥିଲା।