ସହର ଭିତରେ ପଶିଲା ଅଜଗର : ବନବିଭାଗ ଉଦ୍ଧାର କଲା ୮ ଫୁଟ ଲମ୍ବର ଅଜଗର

20

ବାରିପଦା : ସହର ଭିତରେ ପଶିଲା ଅଜଗର । ଆଜି ବାରିପଦା ସହର ମଧ୍ୟରେ ଥିବା କଚେରୀ ପରିବା ମାର୍କେଟ ନିକଟରୁ ଏକ ଅଜଗର ସାପ ଉଦ୍ଧାର ହୋଇଛି । ସାପଟି ମାର୍କେଟ ମଧ୍ୟରେ ଥିବା ଏକ ବୁଦାରେ ବୁଲୁଥିବା ବେଳେ ଲୋକଙ୍କ ନଜରକୁ ଆସିଥିଲା ।

ଅଜଗର ସାପଟି ଦେଖି ଲୋକେ ଭୟଭୀତ ହୋଇପଡିଥିଲେ । ଏହା ପରେ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନବିଭାଗ ଘଟଣାସ୍ଥଳରେ ପହଚିଂ ୮ ଫୁଟ ଲମ୍ବର ଏହି ଅଜଗର ସାପଟିକୁ ଉଦ୍ଧାର କରିଥିଲେ । ବନ ବିଭାଗ ସାପଟିକୁ ଉଦ୍ଧାର କରିବା ପରେ ଜଙ୍ଗଲରେ ଛାଡିଦେଇଥିବା ଜଣାପଡିଛି ।