କନକ ବ୍ୟୁରୋ : ମୁମ୍ବାଇର ହିନ୍ଦୁଜା ହସ୍ପିଟାଲ । ଏହିଠାରେ ଚାଲିଛି ପ୍ୟାରୀମୋହନ ମହାପାତ୍ରଙ୍କ ଚିକିତ୍ସା । ଜନମୋର୍ଚ୍ଚା ସଭାପତି ପ୍ୟାରୀ ମୋହନ ମହାପାତ୍ରଙ୍କ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ତାଙ୍କୁ ଭେଂଟିଲେଟରରେ ରଖାଯାଇଛି । ପ୍ୟାରୀମୋହନଙ୍କ ପତ୍ନୀ କନକ ନ୍ୟୁଜକୁ ଦେଇଥିବା ପ୍ରତିକ୍ରିୟା ଅନୁସାରେ ଆଜି ସକାଳୁ ହଠାତ୍ ବିଗିଡି ଯାଇଥିଲା ପ୍ୟାରୀ ବାବୁଙ୍କ ସ୍ୱାସ୍ଥ୍ୟାବସ୍ଥା । ପ୍ୟାରୀଙ୍କ ଅବସ୍ଥା ସଂକଟାପନ୍ନ ଥିଲେ ସେ ବିପଦମୁକ୍ତ ଥିବା ଜଣାପଡିଛି । ଫୁସଫୁସ କର୍କଟରେ ଆକ୍ରାନ୍ତ ହୋଇ ସେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏକାଦା ରାଜ୍ୟ ରାଜନୀତିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ର ବିଜେଡିର ହାତ ଛାଡିବା ପରେ ସଂପୂର୍ଣ୍ଣ ଏକା ଏକା । ଦିନେ ତାଙ୍କ ପାଖ ଛାଡୁ ନଥିବା ବିଜେଡି ନେତାଏ ସଂକଟ ସମୟରେ ତାଙ୍କ ଛାଇ ମାଡିବାକୁ ଭୟ କରୁଛନ୍ତି । କ୍ଷମତା ଅପହରଣ ଷଡଯନ୍ତ୍ରର ଅପବାଦ ଲାଗିବା ପରେ ବଦଳି ଯାଇଛି ସ୍ଥିତି ।
ଗତବର୍ଷ ରାଜ୍ୟସଭା କା ର୍ଯ୍ୟକାଳ ଶେଷ ହେବାବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଦେଖାଦେଇଥିଲା । ପ୍ରାୟ ୪ ମାସ ହେଲା ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ସେ ଚିକିତ୍ସିତ ହେଉଛନ୍ତି । ଶେଷ ଖବର ସୁଦ୍ଧା ତାଙ୍କ ଶରୀରର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଅଚଳ ହୋଇଯାଇଥିବା କୁହାଯାଉଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରମୁଖ ପରାମର୍ଶଦାତା ରହିଥିବା ପ୍ୟାରୀମୋହନ ମହାପାତ୍ରଙ୍କ ଜୀବନରେ ୨୦୧୨ ମେ ୨୯ ତାରିଖ ଏକ ବଡଧରଣର ପରିବର୍ତନ ଆଣିଥିଲା । ଅଭିଯୋଗ ଆସିଲା କ୍ଷମତା ଅପହରଣ ପାଇଁ ରାତି ଅଧିଆ ଷଡଯନ୍ତ୍ର କରିଥିଲେ ପ୍ୟାରୀମୋହନ । ଏବେ ସଂକଟରେ ଥିବା ଏହି ପୂର୍ବତନ ସାଂସଦଙ୍କ ଆଶୁ ଆରୋଗ୍ୟ ପାଇଁ ସମସ୍ତେ ପ୍ରାର୍ଥନା କରୁଛନ୍ତି ।