ପ୍ୟାରୀଙ୍କ ଟାର୍ଗେଟ୍ରେ ମନ୍ତ୍ରୀ ସଂଜୟ ଦାସ ବର୍ମା

28

ଚିଟଫଣ୍ଡରେ ବିଜେଡି ଲିଙ୍କ ନେଇ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟସଭା ସାଂସଦ ପ୍ୟାରୀମୋହନ ମହାପାତ୍ର । କେବଳ ମନ୍ତ୍ରୀ ସଂଜୟ ଦାସବର୍ମା ନୁହଁନ୍ତି, ଏକାଧିକ ବିଜେଡି ନେତା ଏଥିରେ ସଂପୃକ୍ତ ଯାହାର ତଦନ୍ତ ଆବଶ୍ୟକ । ପୂର୍ବରୁ ଷଡଯନ୍ତ୍ର କରି ତାଙ୍କ ଘରେ ସିବିଆଇ ଚଢାଉ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି,ହେଲେ ଏଥିରେ କେହି ସଫଳ ହେଲେ ନାହିଁ ବୋଲି ସେ କହିଛନ୍ତି । ସିବିଆଇ ଜରିଆରେ ମୋଦି ସରକାରଙ୍କ ରାଜନୈତିକ ଉଦେ୍ଦଶ୍ୟ ପ୍ରତିପାଦିତ ହୋଇଛି ବୋଲି ପ୍ୟାରୀଙ୍କ ମତ । ସେପଟେ ତାଙ୍କ ସ୍ୱାସ୍ଥୃ୍ୟବସ୍ଥା ଭଲ ଅଛି । ବିଜେଡି ନେତା ତାଙ୍କୁ ଅସୁସ୍ଥ ସମୟରେ ନ ଭେଟିବା ନେଇ ତାଙ୍କ କ୍ଷୋଭ ଦୂର ହୋଇଛି । ପ୍ୟାରୀଙ୍କ କହିବା ଅନୁସାରେ, ବିଜେଡି ନେତାଙ୍କ ସହ ଏବେ ବି ତାଙ୍କ ସଂପର୍କ ଭଲ । ଏପରିକି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂପର୍କରେ ବୁଝିବାକୁ କିଛି ବିଜେଡି ନେତା ତାଙ୍କୁ ଭେଟିଥିବା ସେ କହିଛନ୍ତି ।