ରାଜ୍ୟସଭାରେ ପ୍ୟାରୀଙ୍କ ବିଦାୟକାଳୀନ ଭାଷଣ:ଦୁଇ ଦୁଇ ଥର ରାଜ୍ୟସଭାକୁ ପଠାଇ ଥିବାରୁ ନବୀନକୁ ଦେଲେ ଧନ୍ୟବାଦ

124

ଦିଲ୍ଲୀ ବ୍ୟୁରୋ, କନକ ନ୍ୟୁଜ୍: ରାଜ୍ୟସଭା ସାଂସଦ ଭାବେ ସରୁଛି ପ୍ୟାରୀମୋହନ ମହାପାତ୍ର, ବୈଷ୍ଣବ ପରିଡା, ଭୁପିନ୍ଦର ସିଂଙ୍କ କାର୍ଯ୍ୟକାଳ । ଖାଲି ଏମାନଙ୍କର ନୁହେଁ, ଖୁବଶୀଘ୍ର ସରିବାକୁ ଯାଉଛି ୫୩ ସଦସ୍ୟଙ୍କ କାର୍ଯ୍ୟକାଳ । ଏଥିପାଇଁ ରାଜ୍ୟସଭାରେ ଆୟୋଜିତ ହୋଇଥିଲା ବିଦାୟ କାଳୀନ ସମାରୋହ । ଆଉ ଏହି ଅବସରରେ ଗୃହରେ ପ୍ୟାରୀ ଦେଇଥିଲେ ବିଦାୟ କାଳୀନ ଭାଷଣ । ରାଜ୍ୟସଭାରେ ୧୨ ବର୍ଷ ଧରି ହାସଲ କରିଥିବା ଅଭିଜ୍ଞତାକୁ ମାତ୍ର ୩ ମିନିଟର ଭାଷଣରେ ବଖାଣିଥିଲେ ପ୍ୟାରୀ । ଦୁଇ ଦୁଇ ଥର ରାଜ୍ୟସଭାକୁ ବିଜେଡି ଟିକେଟରୁ ନିର୍ବାଚିତ ହୋଇଥିଲେ ପ୍ୟାରୀ । ଆଉ ଏଥିପାଇଁ ନବୀନ ଓ ବିଜେଡି ଦଳକୁ ପ୍ୟାରୀ ଦେଇଥିଲେ ଧନ୍ୟବାଦ । ଖାଲି ଏତିକି ନୁହେଁ, ରାଜନୀତିର କଥା ବି କହିଥିଲେ ।