ରିଓରେ ରୂପା ପଦକ ଜିତିବା ପରେ ପି.ଭି ସିନ୍ଧୁଙ୍କ ବ୍ରାଂଡ୍ ଭେଲ୍ୟୁ ଆକାଶ ଛୁଆଁ

26

ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ଭାରତୀୟ କ୍ରୀଡା ଜଗତରେ ନୂଆ ଷ୍ଟାର ଭାବେ ଉଭା ହୋଇଛନ୍ତି ପିଭି ସିନ୍ଧୁ । ହାଇଦ୍ରାବାଦର ଏହି ବ୍ୟାଡମିଂଟନ୍ ତାରକାଙ୍କ  ବ୍ରାଂଡ୍ ଭେଲ୍ୟୁ ଏବେ ଆକାଶ ଛୁଆଁ । ସିନ୍ଧୁଙ୍କ ସହ କ୍ରୀଡା ସଂସ୍ଥା ବେସଲାଇନ୍ ଆଗାମୀ ୩ ବର୍ଷ ପାଇଁ ଏକ ଚୁକ୍ତି ସ୍ୱାକ୍ଷରିତ କରିଛି । ୫୦ କୋଟି ଟଙ୍କାର ଏହି ଚୁକ୍ତି ହୋଇଛି ସିନ୍ଧୁ ଓ ବେସଲାଇନ ମଧ୍ୟରେ । ୩ ବର୍ଷ ପର୍ଯ୍ୟନ୍ତ ସିନ୍ଧୁଙ୍କ ବ୍ରାଂଡ୍ ଭେଲ୍ୟୁକୁ କଂପାନୀ ବ୍ୟବହାର କରିବ । ପ୍ରତିବଦଳରେ ସିନ୍ଧୁ ୫୦ କୋଟି ଟଙ୍କା ପାଇବେ । କୌଣସି ଅଣକ୍ରିକେଟ ତାରକାଙ୍କ ସହ ଏହା ହେଉଛି ସବୁଠାରୁ ବଡ ଡିଲ୍ । ଯେତେବେଳେ ୧୬ଟି କଂପାନୀ ସେମାନଙ୍କ ପ୍ରଡକ୍ଟର ପ୍ରମୋଶନ୍ ପାଇଁ ସିନ୍ଧୁଙ୍କୁ ନେବା ପାଇଁ ଚାହୁଁଥିଲେ ସେତେବେଳେ ବେସଲାଇନ୍ ବାଜି ମାରି ନେଇଛି ।