ସ୍ୱଦେଶ ଫେରିଲେ ଅଲିମ୍ପିକ୍ସ ପଦକ ବିଜେତା ପିଭି ସିନ୍ଧୁ : ହାଇଦ୍ରାବାଦରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା

19

vlcsnap-2016-08-22-13h30m11s963କନକ ବ୍ୟୁରୋ : ସ୍ୱଦେଶ ଫେରିଛନ୍ତି ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ପିଭି ସିନ୍ଧୁ। ହାଇଦ୍ରାବାଦ ବିମାନ ବନ୍ଦରରେ ନିଜ ଗୁରୁ ପୁଲେଲା ଗୋପୀଚନ୍ଦଙ୍କ ସହ ପହଂଚିବାପରେ ସିନ୍ଧୁଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଡବଲ ଡେକର ବସରେ ସିନ୍ଧୁ ଓ ଗୋପୀଚନ୍ଦ ବିମାନବନ୍ଦରରୁ ବାହାରି ଗଚିବାୱଲି ଷ୍ଟାଡିୟମ ପର୍ଯ୍ୟନ୍ତ ବିଜୟ ଶୋଭାଯାତ୍ରାରେ ଯାଇଥିଲେ ।

ଷ୍ଟାଡିୟମରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ସିନ୍ଧୁ ଓ କୋଚ୍ ଗୋପୀଚନ୍ଦ । ସିନ୍ଧୁଙ୍କ ସ୍ୱାଗତ ଶୋଭାଯାତ୍ରାରେ ତାଙ୍କ ପରିବାର ଓ ସର୍ମ୍ପକୀୟଙ୍କ ସହ ଶତାଧିକ ଫ୍ୟାନଙ୍କ ଭିଡ ଦେଖିବାକୁ ମିଳିଛି। ସେପଟେ ସିନ୍ଧୁଙ୍କୁ କୋଚିଂ ପ୍ରତି ଅଧିକ ଧ୍ୟାନ ଦିଆଯିବ ବୋଲି ରାଜ୍ୟ ସରକାର କହିଛନ୍ତି । ୨୦୨୦ରେ ଟୋକିୟୋରେ ହେବାକୁ ଥିବା ଅଲିମ୍ପିକ୍ସକୁ ନଜରରେ ରଖି ତାଙ୍କୁ ଅଧିକ ତାଲିମ ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି ।