ବିଶ୍ୱ ସୁପର ସିରିଜ୍ ସେମିରେ ପହଞ୍ଚିଲେ ବ୍ୟାଡମିଂଟନ୍ ତାରକା ପି.ଭି ସିନ୍ଧୁ

27

କନକ ବ୍ୟୁରୋ : ମାରିନଙ୍କୁ ମାତ୍ ଦେଲେ ସିନ୍ଧୁ । ଅଲିମ୍ପିକ୍ସ ପ୍ରତିଶୋଧ ସହ ବିଶ୍ୱ ସୁପର ସିରିଜ୍ ସେମିରେ ପହଞ୍ଚିଛନ୍ତି ଭାରତର ଏହି ବ୍ୟାଡମିଂଟନ୍ ସେନସେସନ୍ । ଶୁକ୍ରବାର ଶେଷ ଲିଗ୍ ମ୍ୟାଚରେ ରିଓ ଅଲମ୍ପିକ୍ସର ସ୍ୱଣ୍ଣ ବିଜୟିନୀ ସ୍ପେନର କାରୋଲିନା ମାରିନଙ୍କୁ ମାତ୍ ଦେଇଛନ୍ତି ରୌପ୍ୟ ବିଜୟୀନି ପି.ଭି ସିନ୍ଧୁ । ପଂଚମ ମାନ୍ୟତାପ୍ରାପ୍ତ ସିନ୍ଧୁ ସିଧାସଳଖ ଭାବେ ୨୧-୧୭, ୨୧-୧୩ ସେଟରେ ପୂର୍ବତନ ଶୀର୍ଷ ଖେଳାଳିଙ୍କୁ ହରାଇଦେଇଛନ୍ତି । ବିଡବ୍ଲୁଏଫ୍ ସୁପରସିରିଜ୍ ସେମିଫାଇନାଲରେ ସିନ୍ଧୁ କୋରିଆର ସୁଂ-ଜି ହୁନଙ୍କୁ ଭେଟିବେ ।