ବିଡବ୍ଲୁଏଫ୍ ଟୁର ଟାଇଟଲ ଜିତିଲେ ପିଭି ସିନ୍ଧୁ । ପ୍ରଥମ ଭାରତୀୟ ଭାବେ ହାତେଇଲେ ସୁନା ପଦକ

ଇତିହାସ ରଚିଲେ ଭାରତୀୟ ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ 

82
କନକ ବ୍ୟୁରୋ : ଇତିହାସ ରଚିଲେ ଭାରତୀୟ ବ୍ୟାଡମିଂଟନ ତାରକା ପିଭି ସିନ୍ଧୁ  । ଜାପାନରେ ଚାଲିଥିବା ବିଡବ୍ଲ୍ୟୁଏଫ୍ ଟୁରରେ ମହିଳା ଫାଇନାଲରେ ଟାଇଟଲ ବିଜୟନୀ ହୋଇଛନ୍ତି ସିନ୍ଧୁ । ଏହି ଟାଇଟଲ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ  । ଏବଂ ଏହା ବ୍ୟକ୍ତିଗତ ଭାବେ ଚଳିତ ବର୍ଷ ତାଙ୍କର ବଡ ଟାଇଟଲ୍ । ସିନ୍ଧୁ ଦ୍ୱିତୀୟ ମାନ୍ୟତା ପ୍ରାପ୍ତ ନୋଜୋମି ଓକୁହାରାଙ୍କୁ ୨୧-୧୯,୨୧-୧୭ରେ ୬୨ ମିନିଟରେ ହରାଇ ବିଜୟୀ ହୋଇଛନ୍ତି । ସେ ଗତବର୍ଷ ଏହି ଟାଇଟଲ ଜିତିବାରୁ ଅଳ୍ପକେ ବଂଚିତ ହୋଇଥିଲେ । ଓକୁହାରା ବିଜୟିନୀ ହୋଇଥିବାବେଳେ ସିନ୍ଧୁ ରନର୍ସ ଅପ୍ ହୋଇଥିଲେ । ତେଣୁ ଚଳିତ ବର୍ଷ ସିନ୍ଧୁଙ୍କୁ ପ୍ରତିଶୋଧ ନେବାକୁ ଏକ ପ୍ରକାର ସୁଯୋଗ  ମିଳିଯାଇଛି ।
ତେବେ ଏହି ଖବର ଜଣାପଡିବା ପରେ ସିନ୍ଧୁଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ରବିବାର ଦିନ ଚୀନର ଗୁଆଞ୍ଝୌ ଠାରେ ପ୍ରଥମ ଭାରତୀୟ ଭାବେ ବିଡବ୍ଲ୍ୟୁଏଫ୍ ଓ୍ଵାର୍ଲଡ୍ ଟୁର୍ ଫାଇନାଲ୍ସ୍ ଟାଇଟଲ୍ ଜିଣି ଇତିହାସ ସୃଷ୍ଟି କରିଛନ୍ତି ପିଭି ସିନ୍ଧୁ। ଶନିବାର ଦିନ ସେମିଫାଇନାଲରେ ଜିଣିବା ପରେ ଆଜି ନିଜ କ୍ୟାରିୟରର୍ ୩୦୦ତମ ଗେମରେ ସ୍ୱର୍ଣ୍ଣପଦକ ଜିଣିଛନ୍ତି ସିନ୍ଧୁ।