ମେସିନରେ ପକାନ୍ତୁ ଅଦରକାରୀ ପ୍ଲାଷ୍ଟିକ ବୋତଲ୍ ! ମୋବାଇଲ ରିଚାର୍ଜ ପାଇଁ ଦିଆଯିବ ୧୦ ଟଙ୍କାର ମାଗଣା ପ୍ରୋମୋ କାର୍ଡ

62

ଖରା ଆରମ୍ଭ ହୋଇଗଲାଣି, ଆଉ ଏବେ ପାଣି ବୋତଲର ବ୍ୟବହାର ମଧ୍ୟ ବଢିବ । ଆମେ କୁଆଡ଼େ ବାହାରକୁ ଗଲେ ଯେମିତି ହେଲେ ପାଣି ବୋଟଳ ଗୋଟିଏ କିଣିଆଣୁ । ଏଭଳି ସ୍ଥିତିରେ ଆପଣ ଘରେ ପାଣି ବୋତଲ ଗଦା ହୋଇଯାଇଥାଏ । କିନ୍ତୁ ଏବେ ଏମିତି ଏକ ବ୍ୟବସ୍ଥା ଆସୁଛି, ଯାହାଦ୍ୱାରା ବୋତଲ ପ୍ରଦୂଷଣ ମୁକ୍ତ ହେବା ସହ ଆପଣଙ୍କ ଫୋନ ବି ରିଚାର୍ଜ ହୋଇଯିବ । ତେବେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଙ୍କି ମାରୁଥିବ, ଏପରି କିପରି ସମ୍ଭବ । ତେବେ ରାଜସ୍ଥାନର ଯୋଧପୁର ରେଲୱ ଷ୍ଟେସନରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବର୍ଜନାକୁ ନିୟନ୍ତ୍ରିତ କରିବା ପାଇଁ ଏକ ଖାସ ମେସିନ ଲଗା ଯାଇଛି । ଏହି ମେସିନରେ ପ୍ଲାଷ୍ଟିକର ଖାଲି ବୋତଲ ପକାଇବା ଦ୍ୱାରା ଆପଣଙ୍କ ମୋବାଇଲରେ ୧୦ ଟଙ୍କା ଫ୍ରି ରିଚାର୍ଜ ମିଳିପାରେ । ତେବେ ରେଳବାଇ କହିବାନୁସାରେ, ତାଙ୍କର ଏହି ବ୍ୟବସ୍ଥା ମୁଖ୍ୟ ରୂପରେ ପ୍ଲାଷ୍ଟିକ ଆବର୍ଜନା କମ କରିବା ପାଇଁ ହୋଇଛି ।

 

ଏହି ମେସିନ ୧ ସ୍ୱତନ୍ତ୍ର ଟେକ୍ନୋଲୋଜିରେ ସହାୟତାରେ କାମ କରିଥାଏ । ମେସିନ ପ୍ଲାଷ୍ଟିକ ବୋତଲକୁ ରିସାଇକେଲ କରିଥାଏ । ଖବର ଅନୁସାରେ ଏହି ମେସିନରେ ପ୍ଲାଷ୍ଟିକର ଖୋଲା ବୋତଲ ପକାଇବା ପରେ ଏହାକୁ ଗୁଣ୍ଡ ଗୁଣ୍ଡ କରିଦିଏ, ଏବଂ ଏହାର ଉପଯୋଗ ପ୍ଲାଟିକକୁ ରିସାଇକେଲିଂ କରି ଅନ୍ୟ ଉତ୍ପାଦ ବନାଇବା ପାଇଁ ହୋଇଥାଏ । ଯେଭଳି ଡଷ୍ଟବିନ ଓ ଟୟଲେଟ କ୍ୟାବିନେଟ ଆଦି । ଏପରି କରିବା ଦ୍ୱାରା ଲୋକେ ସଚେତନ ହେବା ସହ ପ୍ରେରଣା ପାଇବେ ବୋଲି ରେଳବାଇ ଆଶା ରଖିଛି । ଏଥିପାଇଁ ଏପରି ଏବ ସ୍ୱାଗତଯୋଗ୍ୟ ବ୍ୟବସ୍ଥା କରାଯାଇଛି । ଯେଉଁଠି ଖୋଲା ବୋତଲ ପକାଇବା ଦ୍ୱାରା ୧୦ ଟଙ୍କାର ମାଗଣା ପ୍ରୋମୋ କାର୍ଡ ଦିଆଯିବ । ଏହି କାର୍ଡ ଆପଣ ବୋତଲ ପକାଇବା ପରେ ହିଁ ଆପଣଙ୍କ ମୋବାଇଲରେ ଏକ ଏସଏମଏସ ଜରିଆରେ ମିଳିବ ।

କିନ୍ତୁ ଲୋକ ଏହି ବ୍ୟବସ୍ଥାକୁ ଉପଯୋଗ କରି ଯେତେ ଇଚ୍ଛା ଏହି ସୁବିଧା ନେଇ ପାରିବେ ନାହିଁ, ଏହାର ଏକ ସୀମା ରହିଛି । ଷ୍ଟେସନ ପ୍ରଶାସନ ଏଭଳି ବ୍ୟବସ୍ଥା କରିଛନ୍ତି କି, ଏକ ମୋବାଇଲ ନମ୍ବରରେ କେବଳ ତିନି ଥର ହିଁ ଏହାର ଲାଭ ଉଠାଇ ପାରିବେ । ରାଜସ୍ଥାନ ରେଲବାଇର ଜନସଂପର୍କ ବିଭାଗର ଜଣେ ଅଧିକାରୀ କହିଛନ୍ତି, ଏହି ମେସିନ ଷ୍ଟେସନର ପ୍ରବେଶ ଦ୍ୱାରରେ ହିଁ ଲଗାଯାଇଛି । ଯଦ୍ୱାରା ଅଧିକରୁ ଅଧିକ ଲୋକ ଏହାର ବ୍ୟବହାର କରିପାରିବେ ।