ବିଜେପିର ପ୍ଲାନ୍ ବି ! ବିରୋଧିଙ୍କ ଚାଲକୁ ଚେକମେଟ୍ ଦେବା ପାଇଁ ବିଜେପି କରୁଛି ରଣନୀତି ।

50

ଦେଶରେ ସରକାର ଗଢିବାର ରାସ୍ତା ଉତ୍ତରପ୍ରଦେଶରୁ ହୋଇ ଆଗକୁ ବଢିଥାଏ ଏବଂ ଉତ୍ତରପ୍ରଦେଶରେ ଜିତିବାକୁ ହେଲେ ପୂର୍ବାଞ୍ଚଳକୁ ଜିତିବା ନିହାତି ଜରୁରୀ ଅଟେ । ଏହି ଫର୍ମୁଲାକୁ ଆପଣେଇ ୨୦୧୪ ଲୋକସଭା ଏବଂ ୨୦୧୭ ବିଧାନସଭା ନିର୍ବାଚନରେ ସବୁଠାରୁ ଅଧିକ ସିଟ୍ ହାତେଇଥିବା ବିଜେପି ପାର୍ଟି ଏବେ ୨୦୧୯ ରେ ମଧ୍ୟ ନିଜ ଆଧିପତ୍ୟକୁ ବଳବତ୍ତର ରଖିବା ପାଇଁ ପ୍ରାଣପଣେ ଚେଷ୍ଟା ଚଲାଇଛି । ଏହି ବିଷୟକୁ ଆଖି ଆଗରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାଞ୍ଚଳ ଦୁଇ ଦିବସୀୟ ଯାତ୍ରାରେ ଆଜି ଆଜମଗଡ ପହଞ୍ଚିଛନ୍ତି । ପୂର୍ବାଞ୍ଚଳକୁ ହାତେଇବା ପାଇଁ ମୋଦି ମଗହର ପରେ ଏବେ ମୁଲାୟମ୍ ସିଂହ ଯାଦବଙ୍କ ସଂସଦୀୟ କ୍ଷେତ୍ର ଆଜମଗଡରେ ପହଞ୍ôଚଛନ୍ତି । ରବିବାର ସେ ତିନୋଟି ରାଲି ଏବଂ ଏକ ଲୋକବୈଠକରେ ଯୋଗ ଦେଇ ନିଜ କଥା ରଖିବେ ।

ଲଖନଉଁରୁ ଗାଜିପୁର ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ରହିଛି ପ୍ଲାନ୍ :

ମୋଦି ଆଜମଗଡରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ଯୋଜନା ପୂର୍ବାଞ୍ଚଳ ଏକ୍ସପ୍ରେସ-ୱେ ର ଶିଳାନ୍ୟାଶ କରିବେ । ଏହା ଦେଶର ସବୁଠାରୁ ବଡ ଏକ୍ସପ୍ରେସ-ୱେ ହେବ । ଲଖନଉଁରୁ ଗାଜିପୁର ପର୍ଯ୍ୟନ୍ତ ଏହି ହାଇୱେକୁ ଆଗାମୀ ୩ ବର୍ଷ ମଧ୍ୟରେ ସମ୍ପୁର୍ଣ୍ଣ କରିବାକୁ ସରକାର ଯୋଜନା କରିଛନ୍ତି । ତେବେ ଏହି ହାଇୱେ ଗୋରଖପୁର, ବୁନ୍ଦେଲଖଣ୍ଡ, ଆହ୍ଲାବାଦ ଲିଙ୍କ୍ ଏକ୍ସପ୍ରେସ୍ ଜରିଆରେ ଜଡିତ ହେବ । ମୋଦି ଏହି ଯୋଜନାର ବ୍ଲୁ-ପ୍ରିଣ୍ଟ ଜନତାଙ୍କ ଆଗରେ ରଖିବେ । ତେବେ ଏଥିରୁ ସୂଚନା ମିଳୁଛି କି ବିଜେପି ୨୦୧୯ ର ଶାସନଭାର ସମ୍ଭାଳିବା ପାଇଁ ପୂର୍ବାଞ୍ଚଳରେ ନିଜ ନୂଆ ପ୍ଲାନ୍ ବିଛାଇବ ।

ଆପଣଙ୍କୁ ଜଣାଇଦେଉଛୁ କି ନିକଟରେ ସନ୍ଥ କବୀର ନଗରର ମଗହର ଅଞ୍ଚଳରେ ମୋଦିଙ୍କ ଏକ ଜନସଭା ଆୟୋଜନ ହୋଇଥିଲା । ଏହି ସଭାରେ ପ୍ରଧାନମନ୍ତ୍ରୀ ବିରୋଧି ଦଳଙ୍କ ବିପକ୍ଷରେ କହିବାରେ ଜମାରୁ ହେଳା କରିନଥିଲେ । ତେବେ ୨୦୧୪ ମସିହାରେ ଲୋକସଭା ନିର୍ବାଚନରେ ଆଜମଗଡ ପୂର୍ବାଞ୍ଚଳର ଗୋଟିଏ ମାତ୍ର ସିଟ୍ ଥିଲା । ଯେଉଁଠାରେ ବିଜେପି ବିଫଳ ହୋଇଥିଲା । ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ଥ ପୂର୍ବରୁ ବିଜେପି ଅଧ୍ୟକ୍ଷ ଅମିତ ଶାହା ଜନତାଙ୍କୁ ଏ ବିଷୟରେ ଅଧିକ ସୁଚନା ଦେଇ ସାରିଥିଲେ ।