ବିଜେଡ଼ିରୁ ଇସ୍ତଫା ଦେଲେ ପୂର୍ଣ୍ଣଚନ୍ଦ୍ର ନାୟକ ! ଦଳୀୟ ଟିକେଟ ନମିଳିବାରୁ ଅସନ୍ତୁଷ୍ଟ ଥିଲେ ଦଶପଲ୍ଲା ବିଧାୟକ

266

କନକ ବ୍ୟୁରୋ : ବିଜେଡି ଟିକେଟ ଘୋଷଣା ପରେ ଅନେକ ନେତା ଦଳ ଛାଡୁଛନ୍ତି । ବିଜେଡ଼ି ଟିକେଟ ମିଳିନଥିବା ପ୍ରାର୍ଥୀମାନେ ଧୀରେ ଧୀରେ ଦଳ ଛାଡ଼ୁଛନ୍ତି । ଏହି କ୍ରମରେ ଆଜି ଦଳରୁ ଇସ୍ତଫା ଦେଇଛନ୍ତି ଦଶପଲ୍ଲା ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ । ଟିକଟ ନମିଳିବାରୁ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି । ଦଳରେ କିଛି ମୁଷ୍ଟିମେୟ ବ୍ୟକ୍ତି ଯୋଗୁଁ ତାଙ୍କ ଟିକେଟ କଟିଥିବା ସେ ଅଭିଯୋଗ କରିଛନ୍ତି । ଦଳରେ ଦୁର୍ନୀତିମୁକ୍ତ ନୁହେଁ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କୁ ଟିକଟ ଦିଆଯାଇଛି । ଭୁଲ ଲୋକଙ୍କ କେବେ ସମର୍ଥନ କରିପାରିବେ ନାହିଁ ବୋଲି କହି ଦଳରୁ ଇସ୍ତଫା ଦେଇଥିବା ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି ।

ଶଙ୍ଖ ଛାଡ଼ିଲେ ନୟାଗଡ ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ । ଟିକଟ ନମିଳିବା କାରଣରୁ ଅସନ୍ତୁଷ୍ଟ ଥିଲେ ପୂର୍ଣ୍ଣଚନ୍ଦ୍ର । ୨୦୧୪ ନିର୍ବାଚନରେ ଦଶପଲ୍ଲାରୁ ନିର୍ବାଚନରେ ବିଜେଡ଼ି ଟିକେଟରୁ ବିଜୟ ଲାଭ କରିଥିଲେ ପୂର୍ଣ୍ଣଚନ୍ଦ୍ର । ଗତଥର ନିର୍ବାଚନ ଜିତିଥିଲେ ମଧ୍ୟ ଚଳିତ ଥର ଟିକେଟରୁ ବଂଚିତ ହୋଇଥିବା ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି । ଜଣେ ପରେ ଜଣେ ନେତା ବିଜେଡି ଦଳରୁ ଇସ୍ତଫା ଦେଇଚାଲିଥିବାରୁ ଏବେ ବିଜେଡି ସୁପ୍ରିମୋଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି ।