ପୂର୍ଣ୍ଣଚନ୍ଦ୍ରଙ୍କୁ ମାରିଛି କିଏ ? ସାମ୍ନାକୁ ଆସୁଛି ନୂଆ ନୂଆ ତଥ୍ୟ

26

କନକ ବ୍ୟୁରୋ : ଭୁବନେଶ୍ୱର ଆଇଆରସି ଭିଲେଜରେ ଏକ ସ୍କୁଲ ପରିସରରୁ ମୃତଦେହ ମିଳିବା ଘଟଣାରେ ନୂଆ ନୂଆ ତଥ୍ୟ ସାମନାକୁ ଆସିବାରେ ଲାଗିଛି । ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛିା ତେବେ ପ୍ରାଣ ହରାଇଥିବା ପୂର୍ଣ୍ଣଚନ୍ଦ୍ର ନାୟକଙ୍କ ରାଜନୈତିକ ପଦବୀ ଅକ୍ତିଆର କରିବା ନେଇ ଉଚ୍ଚ ଅଭିଳାସା ଥିବାର ପ୍ରମାଣ ମିଳିବା ପରେ ଏହି ଘଟଣା ଅଧିକ ରହସ୍ୟବୃତ ହୋଇଛି ।

ଗତ କିଛି ବର୍ଷ ହେବ ଭୁବନେଶ୍ୱର ସାଲିଆସାହି ନିକଟରେ ପରିବାର ସହ ରହୁଥିଲେ ପୁର୍ଣ୍ଣଚନ୍ଦ୍ର । ମନରେ ଥିଲା ରାଜନୀତି କରିବାର ସ୍ୱପ୍ନ । ଭୁବନେଶ୍ୱର ନିର୍ବାଚନି ମଣ୍ଡଳୀରୁ ସ୍ୱାଧୀନ ଭାବେ ଲୋକସଭା ସାଂସଦ ହେବା ପାଇଁ ମନ ବଳାଇଥିଲେ । ମିଳିଥିବା ପୁସିଂକାର୍ଡ ହିଁ ଏହା ସ୍ପଷ୍ଟ ବୟାନ କରୁଛି । ହେଲେ ପୁରଣ ହୋଇପାରିଲା ନାହି ପୂର୍ଣ୍ଣଚନ୍ଦ୍ରଙ୍କ ସ୍ୱପ୍ନ ।

୨୧ ଅଗଷ୍ଟ ୨୦୧୮ । ସମୟ ପ୍ରାୟ ସକାଳ ୬ଟା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁର୍ଣଚନ୍ଦ୍ରଙ୍କ ମୃତଦେହ ଆଇଆରସି ଭିଲେଜ ସ୍ଥିତ ଏହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରୁ ଉଦ୍ଧାର କଲା କମିସନରେଟ ପୁଲିସ । ପୂର୍ଣଚନ୍ଦ୍ରଙ୍କ ମୁଣ୍ଡର ଡାହାଣ ପାଶ୍ୱର୍କୁ ଧାରୁଆ ଅସ୍ତ୍ରରେ ହଣାଯାଇଥିବା ବେଳେ ଦେହ ସାରା ଥିଲା କ୍ଷତ ଚିହ୍ନ । ମୃତଦେହ ନିକଟରେ ମୋବାଇଲ ଫୋନ, ମଦ ବୋତଲ କିଛି କାଗଜପତ୍ର ଓ ଏକ ରକ୍ତଲଗା ପଥର ପଡିଥିଲା । ପାରିପାଶ୍ୱିର୍କ ପରିସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି ।

ମୃତ ପୁର୍ଣଚନ୍ଦ୍ର ସାଲିଆ ସାହିରେ ହୋର୍ଡିଂ କାମ କରିବା ସହ ଏକ ପବ୍ଲିକ ସ୍କୁଲର ମାଲିକ ଥିଲେ । ପୁଣି ଥିଲା ରାଜନୀତି କରିବାର ନିଶା । ୨୧ତାରିଖ ରାତି ୧୦ଟା ବେଳେ ନିଜ ମାମୁଁଙ୍କ ଦୋକାନରୁ ଘରକୁ ଯିବା ପାଇଁ ବାହାରିଥିଲେ ମଧ୍ୟ ଘରେ ପହଂଚି ପାରିନଥିଲେ । ପରଦିନ ସକାଳୁ ମିଳିଥିଲା ମୃତ ଦେହ । ତେବେ କେଉଁ ପରିସ୍ଥିତିରେ ତାଙ୍କ ମୃତ୍ୟୁ ହେଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହି । ଏବେ ପୁର୍ଣଚନ୍ଦ୍ରଙ୍କ ମୃତ୍ୟୁକୁ ନେଇ ଅନେକ ଗୁଡିଏ ପ୍ରଶ୍ନ ଉଠିଛିା