ଅଣ୍ଟାଏ ପାଣିରେ ବୁଡିଛି ଧାନଗଛ : କେବେ ଛାଡିବ ପାଣି, ଶୁଖିବ ଜମି , ଚିନ୍ତାରେ ଚାଷୀ

348

କନକ ବ୍ୟୁରୋ : ଲଗାଣ ବର୍ଷା ପରେ ବନ୍ୟା ଉଜାଡ଼ି ଦେଲା ହେକ୍ଟର ହେକ୍ଟର ଧାନ ଫସଲ । ଚାଷ ଜମିରେ ପାଣି ଲହରୀ ଭାଙ୍ଗୁଥିବା ବେଳେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ୭ ଗୋଟି ପଞ୍ଚାୟତର ହେକ୍ଟର ହେକ୍ଟର ଧାନ ଫସଲ ନଷ୍ଟ ହୋଇ ଗଲାଣି । ପାଣି ନିଷ୍କାସନ ସମସ୍ୟା ଯୋଗୁଁ ଧାନ ସବୁ ପୋଚି ନଷ୍ଟ ହେବାକୁ ବସିଲାଣି । ଯାହା ଚାଷୀର ଚିନ୍ତା ବଢ।ଇ ଦେଇଥିବାବେଳେ ପରିବାର ଭରଣପୋଷଣ ଓଋଣ ଭାର ଚାଷୀର ଚିନ୍ତା କୁ ଦ୍ଵିଗୁଣିତ କରିଛି । 

ଅଂଟାଏ ପାଣିରେ ବୁଡିଛି ଧାନଗଛ । କେବେ ଛାଡିବ ପାଣି, ଶୁଖିବ ଜମି । ଚିନ୍ତାରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ଚାଷୀ । ବ୍ଲକର ୭ଟି ପଂଚାୟତରେ ଧାନଚାଷ ନଷ୍ଟ ହେବାକୁ ବସିଛି । ଲୁଣା ଓ ଦୟା ନଦୀର ବନ୍ୟାଜଳରେ ବୁଡିଛି ଧାନ ବିଲ । ଡେଲାଙ୍ଗ ବ୍ଲକର ମୁନିନ୍ଦା, ଗୁହାଳିପଡା, ଶ୍ରୀପୁରୁଷୋତମପୁର, ଅଭୟମୁଖୀ, ଧାନକେରା, ସାଉରିଆ ଓ କଲ୍ୟାଣପୁର ପଂଚାୟତରେ ଧାନ ଫସଲ କ୍ଷତିଗ୍ରସ୍ତ ହୋଇଛି । ଦୀର୍ଘ ଦିନ ଧରି ଧାନଗଛ ପାଣି ଘେରରେ ରହିବାକୁ ପଚି ସଢି ନଷ୍ଟ ହେବାକୁ ବସିଛି । 

ଚାଷୀଙ୍କ ଅଭିଯୋଗ, ଜମିରୁ ଜଳ ନିଷ୍କାସନରେ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଡେଲାଙ୍ଗ ବ୍ଲକରେ ବନ୍ୟା ଯୋଗୁଁ ଧାନ ଚାଷ  କ୍ଷତିଗ୍ରସ୍ତ ହୋଇଥିବା କୃଷି ଅଧିକାରୀ ସ୍ୱୀକାର କରିଛନ୍ତି । ପ୍ରାୟ ୩୫୦୦ ହେକ୍ଟର ଧାନ ଫସଲ ଏବେ ବି ପାଣି ଘେରରେ ରହିଛି । କ୍ଷୟକ୍ଷତିର ଆକଳନ ପରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ । ବାରମ୍ବାର ଦୈବିଦୁର୍ବିପାକ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଉଥିବା ବେଳେ ଚାଷୀ ଏବେ ସରକାରୀ ସାହାଯ୍ୟକୁ ଚାତକ ଭଳି ଚାହିଁ ରହିଛି ।