ପୁରୀ – ଉତ୍କଳ ଏକ୍ସପ୍ରେସ୍ ଦୁର୍ଘଟଣା ! ୟୁପିର ମୁଜାଫରନଗରରେ ରେଳଧାରଣା ତଳକୁ ଖସିଲା ୬ଟି ବଗି

79

କନକ ବ୍ୟୁରୋ : ଟ୍ରାକରୁ ଖସିଲା ପୁରୀ – ଉତ୍କଳ ଏକ୍ସପ୍ରେସ୍ ବଗି । ୟୁପି ମୁଜାଫରନଗର ଖତୌଲିଠାରେ ଟ୍ରେନର ୬ଟି ବଗି ଲାଇନଚ୍ୟୁତ ହେବା ଫଳରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨୦ରୁ ଅଧିକ ଆହତ ଯାତ୍ରୀ ଆହତ ହୋଇଥିବା ବେଳେ ଏଯାଏଁ ମୃତକଙ୍କ ସଂଖ୍ୟା ଜଣାପଡିନାହିଁ । ପୁରୀରୁ ହରିଦ୍ୱାର ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି  ।

• ଦୁର୍ଘଟଣା ୫.୫୦ ରେ ହୋଇଛି ।

• ୧୭ ତାରିଖ ରାତିରେ ପୁରୀରୁ ହରିଦ୍ୱାର ଅଭିମୁଖେ ବାହାରିଥିଲା ।

• ଆଜି ରାତି ୯ଟାରେ ହରିଦ୍ୱାରରେ ପହଂଚିଥାନ୍ତା ।

• ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସୂଚନା : ବ୍ୟକ୍ତି ଗତ ଭାବେ ଘଟଣାର ଅନୁଧ୍ୟାନ କରୁଛି  ।

• ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଂଚିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

• ଘଟଣାସ୍ଥଳକୁ ଯାଉଛି ୟୁପି ଏଟିଏସ୍ ଟିମ୍ ।

• ଘଟଣାସ୍ଥଳକୁ ମେଡିକାଲ୍ ଭ୍ୟାନ୍ ପଠାଯାଇଛି ।

• ଫସି ରହିଥିବା ଯାତ୍ରୀଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା କରାଯାଇଛି ।

• ମୁଜାଫରନଗର ଜିଲ୍ଲାପାଳ ଘଟଣାସ୍ଥଳରେ ପହଂଚିଛନ୍ତି  ।

• ଆହତଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଛି  ।

• ଟ୍ରେନ୍ ଦୁର୍ଘଟଣା ନେଇ ମର୍ମାହତ , ,ଆଶା କରୁଛି ସମସ୍ତେ ସୁରକ୍ଷିତ ଥିବେ , ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି : ଟୁଇଟ୍ କରି ମୋଦିଙ୍କ ଦୁଃଖପ୍ରକାଶ  ।

• ୟୁପି ପୁଲିସ୍ ଜାରି କଲା ହେଲ୍ପଲାଇନ୍ ନମ୍ବର  ।

• ମୃତାହତଙ୍କ ପାଇଁ ଦୁଃଖପ୍ରକାଶ କଲେ ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକ, ଆହତଙ୍କୁ ସାହାଯ୍ୟ ଯୋଗାଇଦେବାକୁ ଦେଲେ ନିର୍ଦ୍ଦେଶ ।

•  ଦୁର୍ଘଟଣାଗସ୍ତ ହୋଇଥିବା ବଗି ଗୁଡିକ ଏସ୍ ୧ରୁ ଏସ୍ ୬ ହୋଇଥିବା ଆଶଙ୍କା  ।

• ଯଦି କୌଣସିି ଓଡିଆ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ ତେବେ ତାଙ୍କୁ ୫ଲକ୍ଷ ଏବଂ ଆହତଙ୍କୁ ୫୦ହଜାର ଟଙ୍କା ସହାୟତା ରାଶି ଦେବାପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ।

•  ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରେଳମନ୍ତ୍ରୀ , କହିଲେ ତୃଟି ବିଚ୍ୟୁତି ଥିଲେ ନିଆଯିବ କାର୍ଯ୍ୟନୁଷ୍ଠାନ ।