ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ! ନବକଳେବର ବିଭ୍ରାଟ ରିପୋର୍ଟ ସଂପର୍କରେ ହୋଇପାରେ ଆଲୋଚନା

26

କନକ ବ୍ୟୁରୋ : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ପରିଚାଳନା କମିଟିର କାର୍ଯ୍ୟକାଳ ସରି ସରି ଆସୁଥିବାରୁ ଏହି ବୈଠକ ଉପରେ ବେଶ ନଜର ରହିଛି । କାହିଁକି ନା ଏହି କମିଟିର କାର୍ଯ୍ୟକାଳ ଭିତରେ ନବକଳେବର ମହାବିଭ୍ରାଟ ଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ଏଯାଏଁ ମହାବିଭ୍ରାଟର ରିପୋର୍ଟ ନେଇ କୌଣସି ସୂଚନା ଦିଆଯାଇ ନଥିବାରୁ ଏବେ ବି ରାଜ୍ୟବାସୀ ଅନ୍ଧାର ଭିତରେ ରହିଛନ୍ତି । ତଦନ୍ତ କେଉଁ ସ୍ଥିତିରେ ଅଛି, କେତେ ବାଟ ଆଗେଇଛି ସେନେଇ ମଧ୍ୟ କାହାରିକୁ ଜଣାନାହିଁ । ନା ଜିଲ୍ଲା ପ୍ରଶାସନ ନା’ ରାଜ୍ୟ ସରକାର କେହି ବି ମୁହଁ ଖୋଲୁ ନାହାଁନ୍ତି । ତେବେ ଆଜି ବସିବାକୁ ଥିବା ଏହି ବୈଠକରେ ଏନେଇ କୌଣସି ସୂଚନା ମିଳୁଛି ନା ନାହିଁ ତା ଉପରେ ନଜର ।