ପୁଣି ଶ୍ରୀମନ୍ଦିରରେ ବିବାଦ! ଶ୍ରୀଜୀଉଙ୍କ ଦର୍ଶନବେଳେ ଯୁବତୀଙ୍କୁ ଅସଦାଚାରଣ, ସେବାୟତ ଗିରଫ

36

କନକ ବ୍ୟୁରୋ: ପୁଣି ଶ୍ରୀମନ୍ଦିରରେ ବିବାଦ । ଶ୍ରୀଜୀଉଙ୍କ ଦର୍ଶନବେଳେ ଜଣେ ଯୁବତୀଙ୍କୁ ଜଣେ ସେବାୟତ ଅସଦାଚରଣ କରିଥିବା ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପରେ ସିଂହଦ୍ୱାର ପୋଲିସ ସନ୍ତୋଷ କର ନାମକ ଜଣେ ସେବାୟତଙ୍କୁ ଗିରଫ କରିଛି ।

ସୂଚନା ଅନୁସାରେ ବ୍ରହ୍ମପୁର ଅଂଚଳର ଜଣେ ଯୁବତୀଙ୍କୁ ନାଟମଣ୍ଡପ ନିକଟରେ ଅସଦାଚରଣ ହୋଇଥିବା ଅଭିଯୋଗ ହୋଇଛି । ନାଟମଣ୍ଡପରୁ ଶ୍ରୀଜୀଉଙ୍କୁ ଦର୍ଶନ କରୁଥିବାବେଳେ ଟାଉନ୍ ଥାନା ଅନ୍ତର୍ଗତ ଦାଣ୍ଡିମାଳ ସାହିର ସେବାୟତ ସନ୍ତୋଷ କର ପ୍ରଥମେ ଛୁଇଁ ଥିଲା । ମାତ୍ର ଭିଡି ଭିତରେ ଏଭଳି ହୋଇଥିବ ଭାବି ଯୁବତୀ ଜଣକ ପ୍ରଥମ ଥର କିଛି କହି ନଥିଲେ ।

କିନ୍ତୁ ଅଳ୍ପ ସମୟ ବ୍ୟବଧାନରେ ସେବାୟତ ଜଣକ ଯୁବତୀଙ୍କୁ ପୁଣି ଥରେ ଛୁଇଁବାକୁ ଉଦ୍ୟମ କରୁଥିବାବେଳେ ସେ ଚିକ୍ରାର କରିବା ସହିତ ହାତ ଧରି ପକାଇଥିଲେ । ଘଟଣା ପରେ ସ୍ଥାନୀୟ ଲୋକେ ଏକାଠି ହୋଇ ସମ୍ପୃକ୍ତ ଯୁବତୀ ଓ ଓ ସେବାୟତଙ୍କୁ ସିଂହଦ୍ୱାର ଥାନାକୁ ନେଇ ଯାଇଥିଲେ । ଥାନାରେ ଯୁବତୀଙ୍କ ଲିଖିତ ଅଭିଯୋଗ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ସେବାୟତଙ୍କୁ କୋର୍ଟ ଚାଲାଣ କରାଯାଇଛି ।