ଦୀର୍ଘ ଘଣ୍ଟା ପରେ ଖୋଲିଲା ଶ୍ରୀମନ୍ଦିର ଦ୍ୱାର ! ଆରମ୍ଭ ହେଲା ମହାପ୍ରଭୁଙ୍କ ରୀତିନୀତି । 

128

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଆରମ୍ଭ ହେଲା ଶ୍ରୀଜିଉଙ୍କ ନୀତିକାନ୍ତି । ଖୋଲିଲା ଶ୍ରୀମନ୍ଦିରର ଭିତର କବାଟ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି । ଶ୍ରୀଜିଉଙ୍କ ନୀତି ଆରମ୍ଭ କରିଛନ୍ତି ସେବାୟତ । ଖୁବ ଶୀଘ୍ର ମହାପ୍ରଭୁଙ୍କ ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି । ସେବାୟତ ଏବଂ ପୋଲିସ ମଧ୍ୟରେ ବିବାଦ କାରଣରୁ ଶ୍ରୀମନ୍ଦିରର ଭିତର କବାଟ ବନ୍ଦ ହୋଇ ରହିଥିଲା ।

ଶ୍ରୀମନ୍ଦିରରେ ନୀତି ବନ୍ଦ ଯୋଗୁଁ ମହାପ୍ରଭୁ ଉପବାସରେ ରହିଥିଲେ । ଅଚଳାବସ୍ଥା ଦୂର ପାଇଁ ସେବାୟତ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ମଧ୍ୟରେ ହୋଇଥିବା ଆଲୋଚନା ମଧ୍ୟ ବିଫଳ ହୋଇଥିଲା । ଏହାପରେ ପୁରୀ ଜିଲ୍ଲାପାଳ ଓ ଏସପି ସମସ୍ୟାର ସମାଧାନ ପାଇଁ ସେବାୟତଙ୍କ ସହ ଆଲୋଚନା କରିବାକୁ ମନ୍ଦିର ଭିତରକୁ ଯାଇଥିଲେ ମଧ୍ୟ କୌଣସି ନିଷ୍କର୍ସ ବାହାରି ପାରିନଥିଲା । ତେବେ ଦୀର୍ଘ ସମୟ ଶ୍ରୀମନ୍ଦିର ବନ୍ଦ ରହିବା ପରେ ଭିତର କବାଟ ଖୋଲିଛି । ତେବେ ଖୁବ ଶୀଘ୍ର ସାଧାରଣ ଦର୍ଶନ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।