ପୁରୀ: ଶ୍ରୀମନ୍ଦିରରେ ଅଘଟଣ,ଦୀପରୁ ନିଆଁ ଲାଗି ଗୋଟିଏ ପରିବାରର ୪ଜଣ ଆହତ

18

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଅଘଟଣ । ଦୀପରୁ ନିଆଁ ଲାଗି ଆହତ ହୋଇଛନ୍ତି ଗୋଟିଏ ପରିବାରର ୪ଜଣ । ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆଜି ଯାଜପୁରରୁ ଆସିଥିବା ଏକ ପରିବାର ଶ୍ରୀମନ୍ଦିର ବାହାର ବେଢାରେ ଦୀପ ଲଗାଉଥିବାବେଳେ ପ୍ରଥମେ ଜଣେ ମହିଳାଙ୍କ ଦେହରେ ନିଆଁ ଲାଗିଯାଇଥିଲା । ତାଙ୍କ ନାଁ ଲଳିତା ବେହେରା ବୋଲି ଜଣାପଡିଛି । ତେବେ ତାଙ୍କୁ ବଂଚାଇବାକୁ ଯାଇ ପରିବାରର ଅନ୍ୟ ଦୁଇ ପୁରୁଷ ମଧ୍ୟ ଆହତ ହୋଇଥିଲେ

। ସଙ୍ଗସଙ୍ଗେ ଦମକଳ ବାହିନୀ ପହଂଚି ଏମାନଙ୍କୁ ରକ୍ଷା କରିବାକୁ ଉଦ୍ୟମ କରିଥିଲା । ତେବେ ଉଦ୍ଧାର ବେଳେ ଦମକଳ ବାହିନୀର ଜଣେ କର୍ମଚାରୀ ଦିଲ୍ଲୀପ ଲେଙ୍କା ମଧ୍ୟ ଆହତ ହୋଇଛନ୍ତି । ସେପଟେ ଲଳିତା ବେହେରା ଗୁରୁତର ହୋଇପଡିବାରୁ ତାଙ୍କୁ କଟକ ଏସସିବି ମେଡିକାଲକୁ ରେଫର କରାଯାଇଛି । ଅନ୍ୟମାନଙ୍କୁ ପୁରୀ ବଡ ମେଡିକାଲରେ ରଖି ଚିକିତ୍ସା କରାଯାଉଛି । ନିଆଁକୁ ଆୟତ କରିଛି ଦମକଳ ବାହିନୀ ।