କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶାନିଯୋଗର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି । କେତେ ସେବାୟତଙ୍କୁ ନେଇ ସ୍ନାନପୂର୍ଣ୍ଣିମା ନୀତି ହେବ, ୨୫ ତାରିଖ ସୁଦ୍ଧା ଦେବେ ତାଲିକା । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଆଲୋଚନା ।

203

କନକ ବ୍ୟୁରୋ: କମ ସେବାୟତରେ ହେବ ସ୍ନାନପୂର୍ଣ୍ଣିମା । କେତେ କମ ସଂଖ୍ୟାରେ ସେବାୟତ ସ୍ନାନପୂର୍ଣ୍ଣିମା ନିତି କରିପାରିବେ ସେ ନେଇ ଆସନ୍ତା ୨୫ ତାରିଖ ସୁଦ୍ଧା ଜଣାଇବେ । ସେମାନେ ପାଶ୍ ନେଇ ମନ୍ଦିର ଚାରିଦ୍ୱାର ମଧ୍ୟରେ ପ୍ରବେଶ କରିପାରିବେ । ବିନା ଭକ୍ତରେ ସ୍ନାନପୂର୍ଣ୍ଣିମା ନୀତି ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଛତିଶା ନିଯୋଗ ବୈଠକରେ ଆଜି ଏନେଇ ଆଲୋଚନା ହୋଇଛି ।

ଚତୃର୍ଥ ପର୍ଯ୍ୟାୟ ଲକଡାଉନ ଅବଧି ସରିବା ପରେ ଜୁନ ୧ ସୁଦ୍ଧା ଏନେଇ ସ୍ପଷ୍ଟ ହେବ । କୋଭିଡ ୧୯ରେ ଯାହା ନିର୍ଦ୍ଦେଶନାମା ଆସିବ ସେହି ଅନୁସାରେ ପଦକ୍ଷେପ ନିଆଯିବ । ବୈଠକରେ ରଥଟଣା ନେଇ ମଧ୍ୟ ଆଲୋଚନା ହେବ । ସେବାୟତ ମାନେ ନିଜେ ରଥଟାଣିବା ପାଇଁ ବୈଠକରେ ପ୍ରସ୍ତାବ ଦେଇଛନ୍ତି ।
ଛତିଶା ନିଯୋଗ ଓ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଚୂଡାନ୍ତ ନିଷ୍ପତି ନିଆଯିବ । ସେପଟେ ରଥନିର୍ମାଣ ସଂପୃକ୍ତ ସେବକଙ୍କ କୋଭିଡ ଟେଷ୍ଟ ରିପୋର୍ଟ ପ୍ରଶାସନର ହସ୍ତଗତ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଆସିଥିବା ସମସ୍ତ ରିପୋର୍ଟ ନେଗେଟିଭ ରହିଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟପ୍ରଶାସନ ଶ୍ରୀକ୍ରୀଷନ କୁମାର ସୁଚନା ଦେଇଛନ୍ତି ।