ଶ୍ରୀମନ୍ଦିର ଉପରେ ପୁରୁଣା ୫୦୦ ଓ ହଜାରେ ଟଙ୍କିଆ ନୋଟ୍ ଅଚଳର ପ୍ରଭାବ : ୩ ଦିନରେ ବିକ୍ରି ହୋଇପାରିନି ୫ ଲକ୍ଷ ଟଙ୍କାର ଅବଢା

42

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ମନ୍ଦିର ଉପରେ ପୁରୁଣା ୫ଶହ ଓ ୧ହଜାର ଟଙ୍କିଆ ନୋଟ୍ ଅଚଳର ପ୍ରଭାବ । କମିଲା ଅବଢା ବିକ୍ରିି । ଗତ ୩ଦିନ ହେଲା ପ୍ରାୟ ୫ଲକ୍ଷ ଟଙ୍କାର ଅବଢା ବିକ୍ରି ହୋଇପାରିନାହିଁ । ପୁରୀ ଶ୍ରୀମନ୍ଦିରରେ କାର୍ତିକ ମାସରେ ଅବଢା ବିକ୍ରି ବଢୁଥିବାବେଳେ ଏଥର କିନ୍ତୁ ଅବଢା ବିକ୍ରି କମିଛି ।

ଅବଢା କିଣିବା ବେଳେ ଶ୍ରଦ୍ଧାଳୁମାନେ ପୁରୁଣା ୫ଶହ ଓ ୧ହଜାର ଟଙ୍କା ନୋଟ୍ ଦେଉଛନ୍ତି । ଏହାକୁ ଗ୍ରହଣ ନକରିବାରୁ ଅଧିକାଂଶ ଶ୍ରଦ୍ଧାଳୁ ଅବଢା ନକିଣି ଫେରିଯାଉଛନ୍ତି ।

କାର୍ତିକ ମାସରେ ଭଲ ବ୍ୟବସାୟ ଆଶା ରଖିଥିବା ମହାସୁଆରଙ୍କୁ ନିରାଶ ହେବାକୁ ପଡିଛି । ଗତ ତିନି ଦିନ ଧରି ଅବଢା ବିକ୍ରି ନହୋଇ ରହିଥିବାରୁ ମହାସୁଆରମାନେ  ବାଧ୍ୟହୋଇ ପୋତି ଦେଉଥିବା କହିଛନ୍ତି । ସେପଟେ ବଡ ନୋଟ୍ ଅଚଳ ହେବା ପରେ ଦାନ ବାକ୍ସରେ ଦାନ ଟଙ୍କା ବଢିଛି ।

ଅଚଳ ହୋଇଥିବା ୫ଶହ ଓ ହଜାରେ ଟଙ୍କିଆ ନୋଟ୍ ଶ୍ରଦ୍ଧାଳୁମାନେ ଦାନ କରିଛନ୍ତି ।ଶୁକ୍ରବାର ଦିନ ଦାନବାକ୍ସରୁ ୪ଲକ୍ଷ ୫୭ହଜାର ୧୪୧ ଟଙ୍କା ଓ ଶନିବାର ଦିନ ୬ଲକ୍ଷ ୨୩ହଜାର ୩୨୧ଟଙ୍କା ସଂଗ୍ରହ କରାଯାଇଛି ।