ସ୍ୱର୍ଗଦ୍ୱାର ଜମି ହଡପ ମାମଲାର ତଦନ୍ତ ଆରମ୍ଭ : ତହସିଲ ଦସ୍ତାବିଜ ଯାଂଚ କଲା ତଦନ୍ତକାରୀ ଟିମ୍

29

କନକ ବ୍ୟୁରୋ : ପୁରୀ ସ୍ୱର୍ଗଦ୍ୱାର ଜବରଦଖଲ ଓ ଜମି ହଡପ ଘଟଣାର ତଦନ୍ତ ଆରମ୍ଭ ହୋଇଛି । ତଦନ୍ତକାରୀ ଟିମ୍ ପୁରୀ ସର୍କିଟ ହାଉସରେ ତହସିଲର ଦସ୍ତାବିଜ୍ର ଯାଂଚ କରୁଛନ୍ତି । ବିଭିନ୍ନ ପର୍ଯ୍ୟାୟରେ ସ୍ୱର୍ଗଦ୍ୱାର ଜମିର ରେକର୍ଡ ଯାଂଚ କରାଯିବ । ଆଜି ପ୍ରଥମ ପର୍ଯ୍ୟାୟରେ ୯୦ ବର୍ଷ ଦସ୍ତାବିଜର ତଦନ୍ତ କରାଯାଉଛି । ସର୍କିଟ ହାଉସରେ ୧୮୯୯ ମସିହା ରୁ ୧୯୮୯ ଯାଏଁ ଥିବା ଦସ୍ତାବିଜ୍ର ଯାଂଚ କରାଯାଉଛି । ଖାତା ନମ୍ବର ୧୩୬ର ୨୪୨ଟି ପ୍ଲଟର ଛାନଭିନ୍ କରାଯାଉଛି ।

ଅନ୍ୟପଟେ ସ୍ୱର୍ଗଦ୍ୱାର ସଂପ୍ରସାରଣ ସପକ୍ଷ ଓ ବିପକ୍ଷରେ ପୁରୀରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି । ସ୍ୱର୍ଗଦ୍ୱାର ସଂପ୍ରସାରଣ ଦାବି କରି ବିକ୍ଷୋଭ ପଦର୍ଶନ କରିଛି ଜିଲ୍ଲା ବିଜେପି । ନୂଆ ସ୍ୱର୍ଗଦ୍ୱାର କଥା ଚିନ୍ତା କରାନଯାଇ ଏହାର ସଂପ୍ରସାରଣ କରାଯାଉ ବୋଲି ବିଜେପି ଦାବି କରିଛି । ସେପଟେ ସ୍ୱର୍ଗଦ୍ୱାର ସଂପ୍ରସାରଣକୁ ବିରୋଧ କରିଛି ସ୍ୱର୍ଗଦ୍ୱାର ବ୍ୟବସାୟା ସଂଘ । ସଂପ୍ରସାରଣ ନକରି ସ୍ଥାନାନ୍ତର ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଛି ବ୍ୟବସାୟୀ ସଂଘ ।