ଆଜି ବିଜୟା ଦଶମୀରେ ବଡଠାକୁରଙ୍କ ସୁନାବେଶ ଧାରଣ : ଲକ୍ଷାଧିକ ଭକ୍ତଙ୍କ ସମାଗମ

28

କନକ ବ୍ୟୁରୋ : ଆଜି ଶ୍ରୀକ୍ଷେତ୍ରରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ ।  ଅସତ୍ୟ ଉପରେ ସତ୍ୟର ଜୟ ଓ ଧର୍ମ ସଂସ୍ଥାପନା ଉଦ୍ଦେଶ୍ୟରେ ଆଜି ବିଜୟା ଦଶମୀରେ ସୁନାବେଶ ଧାରଣ କରିଥାନ୍ତି ବଡଠାକୁର । ବର୍ଷରେ ପାଂଚ ଥର ସୁନାବେଶରେ ସଜ୍ଜିତ ହୋଇଥାନ୍ତି ମହାପ୍ରଭୁ । ସେଥିମଧ୍ୟରୁ ଆଜିର ବେଶ୍ ଅନ୍ୟତମ । ଏହି ବେଶ ଦେଖିବା ସହ ପ୍ରଭୁଙ୍କ ସାନିଧ୍ୟ ପାଇଁ ଆଜି ଶ୍ରଦ୍ଧାଳୁମାନେ ଶ୍ରୀକ୍ଷେତ୍ରରେ ଭିଡ ଜମାଇଥିବା ଦେଖିବାକୁ ମିଳିଛି । ବିଶେଷ କରି ପୂଜା ଛୁଟି ଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।