ଶ୍ରୀମନ୍ଦିର ସଂସ୍କାର ମାମଲା: ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କଲେ ଆମିକସ କ୍ୟୁରୀ ରଞ୍ଜିତ୍ କୁମାର

ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି

153

କନକ ବ୍ୟୁରୋ: ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟରେ ଅନ୍ତରୀଣ ରିପୋର୍ଟ ଦାଖଲ କଲେ ଆମିକସକ୍ୟୁରୀ ରଞ୍ଜିତ୍ କୁମାର । ଆସନ୍ତା ଏପ୍ରିଲ ୨ରେ ହେବ ପରବର୍ତ୍ତୀ ଶୁଣାଣି ହେବ । ଗତ ୨୩ ତାରିଖରେ ପୁରୀ ଆସି ତଥ୍ୟ ସଂଗ୍ରହ କରିଥିଲେ ଆମିକସ କ୍ୟୁରୀ ରଂଜିତ କୁମାର  । ଏହି ସମୟରେ ସେ ପୁରୀ ଗଜପତି, ମନ୍ଦିର ପ୍ରଶାସନ ସହ ଆଲୋଚନା କରିଥିଲେ   ।

ମନ୍ଦିରର ନୀତି ବିଶୃଙ୍ଖଳା ନେଇ ବାରମ୍ବାର ଅଭିଯୋଗ ହେବା ପରେ ସୁପ୍ରିମକୋର୍ଟ ଆମିକସକ୍ୟୁରିଙ୍କୁ ଦାୟିତ୍ୱ ଦେଇଛନ୍ତି । ପୂର୍ବରୁ ଏହି ଦାୟିତ୍ୱ ଗୋପାଳ ସୁବ୍ରମଣ୍ୟମଙ୍କୁ ଦିଆଯାଇଥିଲା । ତେବେ ସେ ବ୍ୟକ୍ତିଗତ କାରଣରୁ ଓହରିଯାଇଥିଲେ । ଆମିକସ କ୍ୟୁରି ଦାୟିତ୍ୱ ନେବା ପରେ ରଂଜିତ କୁମାରଙ୍କର ପ୍ରଥମ ଥର ପାଇଁ ଏହି ରିପୋର୍ଟ ପ୍ରଦାନ କରିଛନ୍ତି ।

 

ଶ୍ରୀମନ୍ଦିରରେ ବିଭିନ୍ନ ପ୍ରକାରର ଅବ୍ୟବସ୍ଥା ନେଇ ସଂସ୍କାର ଆଣିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଆଇନଜୀବି ମୃଣାଳିନୀ ପାଢ଼ୀ । ଏହି ଆବେଦନ ଉପରେ ବିଚାର କରି ଶ୍ରୀମନ୍ଦିରରେ ସଂସ୍କାର ଆଣିବାକୁ ମନ୍ଦିର ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ ସର୍ବୋଚ୍ଚନ୍ୟାୟାଳୟ । ସର୍ବୋଚ୍ଚନ୍ୟାୟାଳୟଙ୍କ ରାୟ ଉପରେ ନଜର ରହିଛି ।