ସେବାୟତଙ୍କ ଧମକ ପରେ ନରମିଲା ପ୍ରଶାସନ : ଜିଲ୍ଲାପାଳ କହିଲେ ପ୍ରଥମେ ଓଲାଗି ବେଳେ ଘଟିଥିବା ବିଶୃଙ୍ଖଳାର ତଦନ୍ତ କରାଯିବ

20

କନକ ବ୍ୟୁରୋ : ସେବାୟତଙ୍କ ଧମକ ପରେ ସ୍ପଷ୍ଟୀକରଣ ରଖିଛନ୍ତିି ଜିଲ୍ଲାପାଳ । କହିଲେ ଅର୍ଥ ରାଶି କଟାଯାଇନି ସ୍ଥଗିତ ରଖାଯାଇଛି । ତଦନ୍ତ ଚାଲିଛି , ରିପୋର୍ଟ ଆସିଲେ ପରିଚାଳନା ବୈଠକରେ ନିଷ୍ପତ୍ତି ନିଆଯିବ । ଶ୍ରୀଜିଉଙ୍କ ହାତୀବେଶ ଓଲାଗି ବେଳେ ବିଶୃଙ୍ଖଳାକାରୀ ସେବାୟତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ମଙ୍ଗଳବାର ଦିନ ବୈଠକରେ ଦଇତାପତିଙ୍କ ୨୫ ହଜାର ଟଙ୍କା କାଟିବାକୁ ନିଷ୍ପତ୍ତି ନିଆଯାଇଥିଲା ।

ଏହା ବିରୋଧରେ ଆଜି ମୁହଁ ଖୋଲିଥିଲେ ବରିଷ୍ଠ ସେବାୟତ ବିନାୟକ ଦାସ୍ ମହାପାତ୍ର । ରଥ ଯାତ୍ରାରେ ଅସହଯୋଗ କରିବାକୁ ଖୋଲା ଧମକ ଦେଇଥିଲେ । ପ୍ରଶାସନ ତା ନିଷ୍ପତ୍ତି ପ୍ରତ୍ୟାହାର ନକଲେ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ବିରୋଧ କରାଯିବ ବୋଲି ଚେତାବନୀ ଦେଇଥିଲେ । ଏହାପରେ ନରମ ହୋଇଛନ୍ତି ଜିଲ୍ଲାପାଳ ।

ଦେଖନ୍ତୁ ଏହି ଭିଡ଼ିଓ –